କେନ୍ଦ୍ରର ବଡ ଘୋଷଣା: ମେ ଓ ଜୁନ୍ ମାସରେ ମାଗଣା ରାସନ

କେନ୍ଦ୍ରର ବଡ ଘୋଷଣା: ମେ ଓ ଜୁନ୍ ମାସରେ ମାଗଣା ରାସନ

କେନ୍ଦ୍ରର ବଡ ଘୋଷଣା: ମେ ଓ ଜୁନ୍ ମାସରେ ମାଗଣା ରାସନ
ନୂଆଦିଲ୍ଲୀ: ମେ ଓ ଜୁନ୍ ମାସରେ ମାଗଣା ରାସନ ବଂଟନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ମିଳିବ । ପ୍ରତି ଉପଭୋକ୍ତା ୫ କେଜି ଚାଉଲ କିମ୍ବା ଗହମ ମାଗଣାରେ ନେଇ ପାରିବେ । କରୋନା ସଂକ୍ରମଣରେ ଖାଦ୍ୟଭାବ ଦୂରେଇବାକୁ ମାଗଣା ରାସନ ବଂଟାଯିବ । ୮୦ କୋଟି ଉପଭୋକ୍ତା ମାଗଣା ରାସନ ଯୋଗୁ ଉପକୃତ ହେବେ । ପ୍ରାୟ ୨୬ ହଜାର କୋଟି ଟଙ୍କା ଏହି ଯୋଜନା ପାଇଁ ଖର୍ଚ୍ଚ ହେବ ।