ବିଜେପିକୁ ଲାଗିଲା ବଡ ଝଟକା: ହରିୟାଣା ସଭାପତି ଦେଲେ ଇସ୍ତଫା

ବିଜେପିକୁ ଲାଗିଲା ବଡ ଝଟକା: ହରିୟାଣା ସଭାପତି ଦେଲେ ଇସ୍ତଫା

ବିଜେପିକୁ ଲାଗିଲା ବଡ ଝଟକା: ହରିୟାଣା ସଭାପତି ଦେଲେ ଇସ୍ତଫା
ଭୁବନେଶ୍ୱର : ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବାବେଳେ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ମିଶନ ୭୫ର ନାରା ଦେଇଥିବା ବିଜେପି ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି ପଦରୁ ଇସ୍ତଫା ଦେଇଛନ୍ତି ହରିୟାଣା ବିଜେପି ସଭାପତି ସୁବାସ ବରାଲ । ଅପରପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଦିଲ୍ଲୀ ଡାକିଛନ୍ତି । ସୂଚନାଯୋଗ୍ୟଯେ, ପୋଲ ଅଫ ପୋଲ୍ସର ଏକଜିଟ ପୋଲ ଆକଳନ ଅନୁଯାୟୀ ହରିୟାଣାରେ ବିଜେପି ୬୯, ରିପ୍ଲବିକ ଟିଭିର ଏକଜିଟ ପୋଲ ଅନୁଯାୟୀ ବିଜେପି ୫୨ରୁ ୬୩, ଟାଇମ୍ସ ନାଓର ଆକଳନ ଅନୁଯାୟୀ ବିଜେପି ୭୧, ଇଣ୍ଡିଆ ନୁ୍ୟଜ ପୋଲ ଷ୍ଟାର୍ଟ ଅନୁଯାୟୀ ବିଜେପି ୭୫ରୁ ୮୦, ଏବିପି ନୁ୍ୟଜ ସି-ଭୋଟର ଅନୁଯାୟୀ ବିଜେପି ୭୨ ଓ ନୁ୍ୟଜ ୧୮ର ଆକଳନ ଅନୁଯାୟୀ ବିଜେପି ୭୫ ଆସନ ପାଇବ ବୋଲି କୁହାଯାଉଥିଲା । ଯେତେବେଳେକି କଂଗ୍ରେସକୁ ହାରାହାରି ୧୦ରୁ ୧୯ ଆସନ ମିଳିବ ବୋଲି ଆକଳିତ ହୋଇଥିଲା । ତେବେ ଏକଜିଟ ପୋଲର ବିପରୀତ ଫଳ ହରିୟାଣାରେ ଦେଖିବାକୁ ମିଳିଛି । ବିଜେପି ୩୮ ଆସନ ପାଇବାର ସମ୍ଭାବନା ଥିବାବେଳେ କଂଗ୍ରେସ ୩୪ ଆସନରେ ଆଗୁଆ ରହିଛି । ଅପରପକ୍ଷରେ ଜନନାୟକ ଜନତା ପାର୍ଟିକୁ ୧୦ ଆସନ ମିଳିବାର ଥିବାବେଳେ ଆଇଏନଏଲଡ଼ିକୁ ଗୋଟିଏ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ । ସେହିପରି ସ୍ୱାଧୀନ ଭାବେ ୬ ଜଣ ଜିଣିବାର ଥିବାରୁ ଏବେ ହରିୟାଣା ରାଜନୀତି ସରଗରମ ହୋଇଯାଇଛି ।