ଷୋହଳ ଲକ୍ଷର ବିଲେଇ

ଷୋହଳ ଲକ୍ଷର ବିଲେଇ

ଷୋହଳ ଲକ୍ଷର ବିଲେଇ
ଆଫି୍ରକା, ମଧ୍ୟ ପ୍ରାଚ୍ୟ ଓ ଭାରତରେ ଦେଖିବାକୁ ମିଳୁଥିବା କାରାକାଲ ପ୍ରଜାତିର ଜଙ୍ଗଲୀ ବିଲେଇ ଓ ଆବିସିନିଆନ ବିଲେଇଙ୍କ ମଧ୍ୟରେ ପ୍ରଜନନ ମାଧ୍ୟମରେ ସୃଷ୍ଟି କରାଯାଉଥିବା ସଙ୍କର ପ୍ରଜାତିର ବିରାଡ଼ି ବିଶ୍ୱରେ ସବୁଠାରୁ ମୂଲ୍ୟବାନ । ଏହାକୁ ଇଂରାଜୀରେ କୁହାଯାଏ ‘କାରାକ୍ୟାଟ୍’ । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ଷୋହଳ ଲକ୍ଷ ଟଙ୍କାରୁ ଅଧିକ । କାରାକାଲ ଏକ ବିରଳ ପ୍ରଜାତିର ପ୍ରାଣୀ । ସ୍ୱଭାବତଃ ଅତି ଉଗ୍ର । ସୁବିଧା ପାଇଲେ ମଣିଷକୁ ବି ଆକ୍ରମଣ କରିଥାଏ । ହେଲେ କାରାକ୍ୟାଟ ଠିକ ଏହାର ବିପରୀତ । ବେଶ ଶାନ୍ତ ଓ ମଣିଷ ସଙ୍ଗ ଲୋଡ଼ୁଥିବା ପ୍ରାଣଈ । ଉଚ୍ଚତାରେ କୋଡିଏ ଇଞ୍ଚ ଏବଂ ଓଜନରେ ପନ୍ଦର କିଲୋଗ୍ରାମ ପର୍ଯ୍ୟନ୍ତ ବଢ଼ିବାରେ । ୨୦୦୭ରେ ପ୍ରଥମ ଥର ପାଇଁ କାରାକ୍ୟାଟ ସୃଷ୍ଟି କରାଯାଇଥିଲା । ଅଦ୍ୟାବଧି ମାତ୍ର ତିରିଶଟି ଜନ୍ମ ହୋଇଥିବା ଜଣାଯାଏ ।