ଚନ୍ଦ୍ରକୁ ଐତିହାସିକ ଯାତ୍ରା
ଚନ୍ଦ୍ରକୁ ଐତିହାସିକ ଯାତ୍ରା
admin
Jul 22, 2019 - 09:56
Updated: Jul 22, 2019 - 09:56
ହାଇଦ୍ରାବାଦ:ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ହୋଇଯାଇଛି । ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ଉତକ୍ଷେପଣ ହୋଇଛି । GSLV MK-୩ ରକେଟ ବାହୁବଳୀ ଯୋଗେ ଚନ୍ଦ୍ରକୁ ଯାତ୍ରା କରିଛି । ଚନ୍ଦ୍ରଯାନ-୨ ମହାକାଶ ଯାନର ମୋଟ ଓଜନ ୩.୮ ଟନ୍ ରହିଛି । ଚନ୍ଦ୍ରଯାନ-୨ ପ୍ରକଳ୍ପ ପାଇଁ ମୋଟ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । GSLV MK-୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଲ୍ୟାଣ୍ଡର,ରୋଭର ନେଇ ଗଠିତ ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଖର୍ଚ୍ଚ ହୋଇଛି । ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାକୁ ନେଇ ଚନ୍ଦ୍ରଯାନ-୨ ଗଠିତ ହୋଇଛି ।ଚନ୍ଦ୍ରଯାନ-୨ ୪୮ ଦିନ ପରେ ଚନ୍ଦ୍ରର ଭୂପୃଷ୍ଠରେ ଅବତରଣ କରିବ। ଉତକ୍ଷେପଣ ପରେ ପ୍ରଥମ ପର୍ଯ୍ୟାୟ ସଫଳ ହୋଇଛି। ୧୬ ମିନିଟ୍ ପରେ ଚନ୍ଦ୍ରଯାନକୁ ପୃଥିବୀର କକ୍ଷରେ ଅବସ୍ଥାପିତ କରାଯାଇଛି। ଏହାପରେ ଚନ୍ଦ୍ରଯାନ-୨ ରକେଟରୁ ଅଲଗା ହୋଇଛି। ଏହାକୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଯିବ। ରବିବାର ସନ୍ଧ୍ୟା ୬ଟା ୪୩ ମିନିଟରେ ଏହାର ଓଲଟା ଗଣତି ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଚନ୍ଦ୍ରଯାନ-୨ର ଲଞ୍ଚ ଭେଇକିଲର ରିହର୍ସଲ ପୂରା କରାଯାଇଥିଲା। ଚନ୍ଦ୍ରଯାନ ୨ ଆଗାମୀ ଦିନରେ ୧୫ ମହତ୍ଵପୂର୍ଣ୍ଣ କାମ କରିବ। ଏହା ପୂର୍ବରୁ ଜୁଲାଇ ୧୫ରେ ବୈଷେୟିକ ତ୍ରୁଟି କାରଣରୁ ଉତକ୍ଷେପଣର ଅନ୍ତିମ ସମୟରେ ମିଶନକୁ ସ୍ଥଗିତ ରଖାଯାଇଥିଲା।