୧୨ ଜିଲ୍ଲାକୁ ସର୍ତକ ସୂଚନା

୧୨ ଜିଲ୍ଲାକୁ ସର୍ତକ ସୂଚନା

୧୨  ଜିଲ୍ଲାକୁ  ସର୍ତକ ସୂଚନା
ଭୁବନେଶ୍ୱର : ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୨ ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ଅପରାହ୍ନ ୭.୧୫ ମିନିଟ ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ଧୂଳିଝଡ, ବଜ୍ରପାତ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଝଡ ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ବଜ୍ରପାତ ହେବା ସମୟରେ ଘରୁ ନ ବାହାରିବାକୁ ସର୍ତକ କରାଇ ଦିଆଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, ବଲାଙ୍ଗିର, ଜଗତସିଂହପୁର, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ ନୂଆପଡ଼ା ଆଦି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।