ଏନଆଇଏ ଚଢ଼ାଉ କାଶ୍ମୀରରେ

ଏନଆଇଏ ଚଢ଼ାଉ କାଶ୍ମୀରରେ

ଏନଆଇଏ ଚଢ଼ାଉ କାଶ୍ମୀରରେ

ନୂଆଦିଲ୍ଲୀ: ଆତଙ୍କୀ ପାଣ୍ଠି ଯୋଗାଡ ସନ୍ଦେହରେ କାଶ୍ମୀରର ଏକାଧିକ ସ୍ଥାନରେ ଆଜି ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା  ଏନଆଇଏ । ମିଳିଥିବା ଇନପୁଟ ସୂଚନା ଆଧାରରେ ବିଭିନ୍ନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ସମେତ ଏକାଧିକ ସ୍ଥାନରେ ଏନଆଇଏର ଏକାଧିକ ଟିମ ଏହା ଚଢାଉ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, କାଶ୍ମୀରର ସୋପିଆନ୍, ତୁର୍କୱାଙ୍ଗାନ୍, ପଟ୍ଟାନ୍ ଟାଉନ୍, ବାରମୁଳାର କିଛି ସ୍ଥାନ ସମେତ ଜାମିଆତ୍ ଇସଲାମିଆର ପୂର୍ବତନ ଜିଲ୍ଲା ସଭାପତିଙ୍କ ବାସଭବନରେ ମଧ୍ୟ ସର୍ଚ୍ଚ ଜାରି ରଖିଛନ୍ତି ଏନଆଇଏ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନଥିବା ବେଳେ ଚଢାଉ ଶେଷ ହେଲା ପରେ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ଜଣାପଡିବ ।ଗତ ୬ମାସ ଧରି ଏନଆଇଏର ଏକାଧିକ ୟୁନିଟ ଏପରି ସନ୍ଦେହଜନକ ବ୍ୟକ୍ତି ଓ ସଂଗଠନ ଉପରେ କଡା ନଜର ରଖିଥିଲା । ଦେଶ ବିରୋଧୀ କାର୍ୟ୍ୟକଳାପ ଓ ବିଦେଶୀ ଆତଙ୍କୀ ସଂଗଠନକୁ ଭାରତରୁ ଯାଉଥିବା ଆର୍ଥିକ ସହୟତା ସଂଗ୍ରହ ଆଦି ଉପରେ ମିଳିଥିବା ଗୁଇନ୍ଦା ତଥ୍ୟ ଆଧାରରେ ଏହି ଚଢାଉ ଆରମ୍ଭ ହୋଇଛି । ସେହିପରି ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିସାରିଛି ।