ଭୁଶୁଡ଼ିଲା ଛତ୍ରବଜାର ପୋଲ, ୨ ଜୀବନ ଗଲା

ଭୁଶୁଡ଼ିଲା ଛତ୍ରବଜାର ପୋଲ, ୨ ଜୀବନ ଗଲା

ଭୁଶୁଡ଼ିଲା ଛତ୍ରବଜାର ପୋଲ, ୨ ଜୀବନ ଗଲା
କଟକ : କଟକ ଛତ୍ରବଜାର ନିକଟରେ ଆଜି ସନ୍ଧ୍ୟାରେ ପୋଲ ଭୁଶୁଡ଼ିଛି। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲଟି ଭୁଶୁଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ଆହତ ବ୍ୟକ୍ତିଙ୍କୁ ବଡ଼ ମେଡ଼ିକାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ପୋଲ ଭୁଶୁଡିବା ଦୁର୍ଘଟଣାରେ ଜୀବନ ହରାଇଥିବା ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି। ଏଥି ସହିତ ଘଟଣାର ଆରଡିସି ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପରେ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କଟକ ମେୟର ପ୍ରାଥୀ ଗିରିବାଳା ବେହେରା ପ୍ରମୁଖ ସରକାରଙ୍କ ଉପରେ ବର୍ଷିଛନ୍ତି।