ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ସୁଭାଶିଷ ତାଳପତ୍ର

କଟକ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ବରିଷ୍ଠ ବିଚାରପତି ଜଷ୍ଟିସ୍ ସୁଭାଶିଷ ତାଳପତ୍ର। ଏ ସଂକ୍ରାନ୍ତରେ ବୁଧବାର ସୁପ୍ରିମକୋର୍ଟ କଲେଜିଅମ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଆସନ୍ତା ଅଗଷ୍ଟରେ ଅବସର ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସୁଭାଶିଷ ତାଳପତ୍ରଙ୍କୁ ମୁଖ୍ୟ ବିଚାରପତି ପଦରେ ନିଯୁକ୍ତି ଦିଆଯାଇଛି।
ଜଷ୍ଟିସ୍ ସୁଭାଶିଷ ତାଳପତ୍ର ୨୦୧୧ ନଭେମ୍ବର ୧୫ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ। ସେ ୧୦ ଜୁନ୍ ୨୦୨୨ ପରଠାରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ କାର୍ୟ୍ୟ କରିଆସୁଛନ୍ତି।