୫-ଟି ନେଇ କଣ କହିଲେ ଅପରାଜିତା, ଜାଣନ୍ତୁ

୫-ଟି ନେଇ କଣ କହିଲେ ଅପରାଜିତା, ଜାଣନ୍ତୁ

୫-ଟି ନେଇ କଣ କହିଲେ ଅପରାଜିତା, ଜାଣନ୍ତୁ
ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବର୍ତ୍ତମାନ ବହୁ ସଚିବ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ଲୋକମାନଙ୍କୁ ଠିକଭାବେ ସରକାରୀ ସେବା ମିଳୁଛି କି ନାହିଁ ତାହାର ତଦାରଖ କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ‘ ମୋ ସରକାର’ କାର୍ଯ୍ୟକ୍ରମକୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସମାଲୋଚନା କରିଛନ୍ତି । ୫-ଟିର କାର୍ଯ୍ୟକାରିତାକୁ ସମାଲୋଚନା କରି ଅପରାଜିତା ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟା ରଖି ଦୀର୍ଘ ୨୦ ବର୍ଷ ଶାସନ ପରେ ସରକାରଙ୍କର ୫-ଟି କଥା ମନେପଡ଼ିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ହସ୍ପିଟାଲ, ସ୍କୁଲ କାମ ତଦାରଖ ସରକାର ଓ ଅଫିସରଙ୍କ ଦାୟିତ୍ୱ ଏଥିରେ କୌଣସି ବଡ଼ କଥା ନୁହେଁ । ମୁଁ ବି ସଚିବ ଥିଲି, ଲୋକଙ୍କ କଥା ବୁଝିବା ସଚିବଙ୍କ କାମ । ଏହା ସହ କ୍ୟାପିଟାଲ ହସ୍ପିଟାଲରେ ଗର୍ଭବତୀଙ୍କୁ ଶଯ୍ୟା ନ ମିଳିବା ଘଟଣା ଅତି ଦୁଃଖଦ ବୋଲି ସେ କହିଛନ୍ତି ।