ଉଦୟ ବଟରେ ଟୁଙ୍ଗି ଭାଙ୍ଗିଲେ ମହିଳା: ୨ ବ୍ରାଉନସୁଗାର ବେପାରୀ ଗିରଫ

ଉଦୟ ବଟରେ ଟୁଙ୍ଗି ଭାଙ୍ଗିଲେ ମହିଳା: ୨ ବ୍ରାଉନସୁଗାର ବେପାରୀ ଗିରଫ

ଉଦୟ ବଟରେ ଟୁଙ୍ଗି ଭାଙ୍ଗିଲେ ମହିଳା: ୨ ବ୍ରାଉନସୁଗାର ବେପାରୀ ଗିରଫ
ପାରାଦ୍ୱୀପ :ଲକ୍ଷ୍ମୀନାରାୟଣ ସାହୁ: ସୀମା ଟପିଲଣି ବ୍ରାଉନ୍ ସୁଗାର ବେପାର, ଗଳିକନ୍ଦିରେ, ମିଳିଲାଣି, ଏହି ଧଳା ଜହର । ଚାରିଆଡେ ମାଳମାଳ ବେପାରୀ, “ପାଉ” ବୋର୍ଡ ୱାର୍ଡରେ ଚାଲୁଛି ବ୍ୟବସାୟ । ଛୋଟ ଠାରୁ ବହ ସମସ୍ତେ ଏହି ନିଶାରେ ହେଲେଣି ମସଗୁଲ । ଏହାର ଆଜି ଏକ ସଦ୍ୟତମ ପ୍ରମାଣ ମିଳିଛି ପାରାଦ୍ୱୀପ ଉଦୟବଟ ନିକଟସ୍ଥ ଭିତର ଗଡ ବସ୍ତିରେ । ଗତ କାଲି ଠାରୁ ଏହି ବସ୍ତିରେ ଉତ୍ତେଜନା ଲାଗିରହିଥିବା ବଳେ ଆଜି ମହିଳା ମାନେ ଏକତ୍ରିତ ହୋଇ ନିକଟରେ ଥିବା ଟୁଙ୍ଗିକୁ ଭାଙ୍ଗି ମାଟିରେ ମିଶାଇବା ସହ ଦୌଡି ପଳାଇଥିବା ଦୁଇ ବେପାରୀ ଅମ୍ମିଳ ସ୍ୱାଇଁ ଓ ମନୋଜ ରଥକୁ ଗୋଡାଇ ଗୋଡାଇ ଧରିବା ସହ ତାନିକଟରୁ ୨୨ଗୋଟି ପାଉଡର ପୁଡିଆ ଜବତ କରି ପୋଲସ ଯିମା ଦେଇଛନ୍ତି । ସୂଚନା ଅନୁଯାଇ ଦିର୍ଘ ଦୁଇବର୍ଷ ହେବ ଗଡ ଅଞ୍ଚଳରୁ ଆସି ଅମ୍ମିଳ ସ୍ୱାଇଁ ଥାନା ଗ୍ରାମରକ୍ଷୀ ପୁଅ ମନୋଜକୁ ସାଥି କରି ଦୋଛକି, ଉଦୟଭଟ, ଗଡ, ଗଡବଜାର ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିଲା । ସ୍ଥାନୀୟ ଯୁବକ ମାନେ ଏହି ଧଳା ଜହର କବଳରେ ଆସି ନିଜ ଘରେ ଗଣ୍ଡଗୋଳ କରିବା ଦୁର୍ଘଟଣା ଘଟାଇବା ଆଜି ବଢିଚାଲିଲା । ପୋଲିସକୁ ବସ୍ତିର ଲୋକେ ବାରମ୍ବାର ଅଭିଯୋଗ କରିବା ପରେ କିଛି ଲାଭ ନମିଳିବାରୁ ଶେଷରେ ବାଧ୍ୟ ହୋଇ ବସ୍ତିର ମହିଳା ମାନେ ନିଜେ ଚଢାଉ କରି ବ୍ୟବସାୟୀକୁ ଧରିଲେ । କେବଳ ଏହି ଦୁଇଜଣ ନୁହନ୍ତି ଆହୁରୀ ଅନେକ ବ୍ୟବସାୟୀ ଥିବା ମହିଳା ମାନେ ଅଭିଯୋଗ କରିଥିବା ବେଳେ ପୋଲିସ ଦୁଇବେପାରି ଙ୍କ ଠାରୁ ୪ ଗ୍ରାମର ବ୍ରାଉନସୁଗାର ଧରିଥିବା ସ୍ୱିକାର କରିଛି ।