ସଚିନଙ୍କ ବିରୋଧରେ ସ୍ୱାର୍ଥ ଦ୍ୱନ୍ଦ୍ୱ ଅଭିଯୋଗ ଖାରଜ

ସଚିନଙ୍କ ବିରୋଧରେ ସ୍ୱାର୍ଥ ଦ୍ୱନ୍ଦ୍ୱ ଅଭିଯୋଗ ଖାରଜ

ସଚିନଙ୍କ ବିରୋଧରେ ସ୍ୱାର୍ଥ ଦ୍ୱନ୍ଦ୍ୱ ଅଭିଯୋଗ ଖାରଜ
ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ବିରୋଧରେ ଆସଥିବା ସ୍ୱାର୍ଥ ଦ୍ୱନ୍ଦ୍ୱ ଅଭିଯୋଗକୁ ବିସିସିଆଇ ଲୋକପାଳ ଡିକେ. ଜୈନ ଖାରଜ କରି ଦେଇଛନ୍ତି । ଏହି ଅଭିଯୋଗରେ ଶୁଣାଣି କରି ଲୋକପାଳ କହିଛନ୍ତି, ସଚିନଙ୍କ ବିରୋଧରେ ଆସିଥିବା ସ୍ୱାର୍ଥ ଦ୍ୱନ୍ଦ୍ୱ ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ । ବିସିସିଆଇର କ୍ରିକେଟ୍ ପ୍ରଶାସକ କମିଟି ସହ ସେ ଚୁକ୍ତି କରି ନାହାନ୍ତି । ଏପରିକି ସେ ଏହି କମିଟିରେ ସ୍ଥାୟୀ ସଦସ୍ୟ ଥିବା ଭାବୁ ନାହାନ୍ତି । ବିସିସିଆଇ ଏପର୍ଯ୍ୟନ୍ତ କୌଣସି ଚୁକ୍ତି କରି ନାହାନ୍ତି । ତେଣୁ ତାଙ୍କ ବିରୋଧ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ । ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ଓ ପ୍ରଶାସକ କମିଟିର କାର୍ଯ୍ୟରତ ଥିବାରୁ ମଧ୍ୟପ୍ରଦେଶ କ୍ରିକେଟ ସଂଘ ସଦସ୍ୟ ସଞ୍ଜୀବ ଗୁପ୍ତା ମାଷ୍ଟର ବ୍ଳାଷ୍ଟର ସଚିନଙ୍କ ବିରୋଧରେ ସ୍ୱାର୍ଥ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଥିଲେ ।