ଭାରତ ୫୯ ରନରେ ବିଜୟୀ

ଭାରତ ୫୯ ରନରେ ବିଜୟୀ

ଭାରତ ୫୯ ରନରେ ବିଜୟୀ
ନୂଆଦିଲ୍ଲୀ: ୨ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ୱେଷ୍ଟଇଣ୍ଡିଜକୁ ଭାରତ ୫୯ରନରେ ପରାସ୍ତ କରିଛି। ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ବର୍ଷା ବାଧିତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକୀୟ ଇନିଂସ ବଳରେ ୨୭୯ ରନ ସଂଗ୍ରହ କରିଥିଲା । ସେହିପରି ୭୧ ରନର ଉଲ୍ଲେଖନୀୟ ପାଳି ଖେଳିଥିଲେ ଆୟର । ୨୮୦ର ନର ବିଜୟଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ଦଳ ୨୧୦ ରନ କରି ଅଲ ଆଉଟ ହୋଇଯାଇଥିଲା । ୱେଷ୍ଟଇଣ୍ଡିଜ କ୍ରିକେଟର କ୍ରିସ ଗେଲଙ୍କ ବ୍ୟାଟରୁ ଭଲ ରନ ବାହାରି ନଥିଲା । ସେ ୨୪ଟି ବଲ ଖେଳି ମାତ୍ର ୧୧ ରନ କରିଥିଲେ । ଗେଲଙ୍କୁ ଭୁବନେଶ୍ୱର କୁମାର ଏଲବିଡବ୍ଲୁ କରିଥିଲେ । ଇଭିନ ଲୁଇସ ୬୫ ରନ କରିଥିଲେ । ସେ ୮୦ଟି ବଲ ଖେଳି ୮ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । କୁଲଦୀପ ଯାଦବଙ୍କ ବଲ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ । ସେହିପରି ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ ୫୨ଟି ବଲ ଖେଳି ୪୨ ରନ କରିଥିଲେ । ଭୁବନେଶ୍ୱରଙ୍କ ବଲ କୋହଲିଙ୍କୁ ଦେଇ ପୂରନ ଆଉଟ ହୋଇଥିଲେ । ସିମରନ ହେଟମେୟର ଓ ରୋସ୍ତନ ଚେସ ୧୮-୧୮ ରନ ଯୋଡ଼ିଥିଲେ । ଅଧିନାୟକ ଜେସନ ହୋଲଡର ଅପରାଜିତ ୧୩ ରନ କରିଥିବା ବେଳେ ସେଲଡନ କଟ୍ରେଲଙ୍କ ବ୍ୟାଟରୁ ୧୭ ରନ ମିଳିଥିଲା ।