ରୁଟି ଖାଇବା ଦ୍ବାରା ମିଳିଥାଏ ଏହି ଲାଭ

ରୁଟି ଖାଇବା ଦ୍ବାରା ମିଳିଥାଏ ଏହି ଲାଭ

ରୁଟି ଖାଇବା ଦ୍ବାରା ମିଳିଥାଏ ଏହି ଲାଭ

ରାତ୍ରି ଭୋଜନ ସମୟରେ ସାଧାରଣତଃ ‌ଲୋକମାନେ ରୁଟିକୁ ଅଧିକ ପସନ୍ଦ କରିଥାନ୍ତି। ରୁଟିରେ ଭିଟାମିନ୍ସ, ମିନେରାଲ୍ସ, କ୍ୟାଲସିୟମ, ଫସଫରସ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟ ମଧ୍ୟ ଉପକାରୀ।  ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଖାଦ୍ୟରେ ରୁଟି ସାମିଲ କଲେ ଶରୀରକୁ କି ଲାଭ ମିଳେ ।

ତ୍ବଚା ପାଇଁ ରୁଟି ଉତ୍ତମ । କାରଣ ଏଥିରେ ଥିବା ଜିଙ୍କ ଏବଂ ଅନ୍ୟ ମିନେରାଲ୍ସ ତ୍ବଚା ପାଇଁ ଲାଭଦାୟକ ହୋଇଥାଏ ।

ଏକ ମଧ୍ୟମ ଧରଣର ଗହମ ଅଟାରେ ପ୍ରସ୍ତୁତ ରୁଟିରେ ୭୧ କ୍ୟାଲୋରୀ ଥାଏ ।

ରୁଟି ଖାଇବା ଦ୍ବାରା ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ ।

ରୁଟିରେ ଥିବା କାର୍ବୋହାଇଡ୍ରେଡ୍ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଶୀଘ୍ର ଭୋକ କରାଇ ନ ଥାଏ ।

ରୁଟି ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରହିବା ସହ ମୁଡ୍ ମଧ୍ୟ ଠିକ୍ ରହିଥାଏ ।

ରୁଟିରେ ଭରପୁର ମାତ୍ରାରେ ନ୍ୟୁଟ୍ରିଏଣ୍ଟ ଥାଏ । ଏହା ସହ ରୁଟିରେ ପ୍ରଚୁର ମାତ୍ରରେ ଭିଟାମିନ ବି ଏବଂ ଇ ରହିଥାଏ ।

କପର, ଜିଙ୍କ, ଆୟୋଡିନ୍, ପୋଟାସିୟମ ଏବଂ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ବ ରୁଟିରୁ ମିଳିଥାଏ ।

ରୁଟିରେ ଫାଇବର ରହିଥାଏ, ଯାହା ସହଜରେ ହଜମ ହେବାରେ ସାହାଯ୍ୟ କରେ ।

ଭାତ ତୁଳନାରେ ରୁଟିରେ କମ୍ ମାତ୍ରା କ୍ୟାଲୋରୀ ରହିଥାଏ ।