ଗରମ ପାଣିରେ କେଶ ଧୋଇଲେ ହୋଇଥାଏ ଏହି ଅସୁବିଧା

ଗରମ ପାଣିରେ କେଶ ଧୋଇଲେ ହୋଇଥାଏ ଏହି ଅସୁବିଧା

ଗରମ ପାଣିରେ କେଶ ଧୋଇଲେ ହୋଇଥାଏ ଏହି ଅସୁବିଧା

ଆରମ୍ଭ ହୋଇଯାଇଛି କାର୍ତ୍ତିକ ମାସ। ପ୍ରବଳ ଶୀତ ଯୋଗୁଁ ଅଧିକାଂଶ ଲୋକ ଥଣ୍ଡା ପାଣିରେ ଗାଧୋଇବାକୁ ଚାହାନ୍ତି ନାହିଁ। ଫଳରେ ଗରମ ପାଣିରେ ଗାଧୋଇବାକୁ ପସନ୍ତ କରନ୍ତି। ଗରମ ପାଣିରେ ଗାଧୋଇଲେ ଶରୀରରୁ କ୍ଲାନ୍ତପଣ ଦୂର ହୋଇଥାଏ। ହେଲେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ଗରମ ପାଣିରେ କେଶ ମଧ୍ୟ ଧୋଇଥା’ନ୍ତି। ଆପଣ ଜାଣିଛନ୍ତି କି ଏପରି କରିବା ଦ୍ୱାରା କେଶ ଅଧିକ ଝଡ଼ିଥାଏ ଏବଂ ରୁକ୍ଷ ହୋଇଥାଏ। ଏପରିକି ଗରମ ପାଣିରେ ମୁଣ୍ଡର ଚର୍ମ ପୋଡ଼ାଜଳା କରିବାର ଆଶଙ୍କା ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଗରମ ପାଣିରେ ମୁଣ୍ଡ ଧୋଇଲେ, କେଶକୁ କେଉଁସବୁ କ୍ଷତି ପହଞ୍ଚିଥାଏ।


୧. ଯେଉଁମାନେ ଅଧିକ ଗରମ ପାଣିରେ ଗାଧୋଇଥା’ନ୍ତି, ସେମାନଙ୍କର କେବଳ କେଶ ଖରାପ ହୋଇ ନ ଥାଏ, ସ୍କିନ୍ ମଧ୍ୟ ଡ୍ରାଏ ହୋଇଥାଏ। ଗରମ ପାଣି ପ୍ରୟୋଗ ଦ୍ୱାରା ତ୍ୱଚା କୁଣ୍ଡାଇ ହୋଇଥାଏ।


୨. ଗରମ ପାଣି ମୁଣ୍ଡକୁ ଡ୍ରାଏ କରିଥାଏ। ତେଣୁ କେଶରେ ରୂପି ଅଧିକ ହୋଇଥାଏ।

୩. କେଶକୁ ଅଧିକ ଗରମ ପାଣିରେ ଧୁଅନ୍ତୁ ନାହିଁ। ଏହା କେଶର ନରମପଣକୁ ନଷ୍ଟ କରିଥାଏ।


୪. ଯଦି ଆପଣ ନିକଟରେ କେଶକୁ କଲର୍ କରିଛନ୍ତି, ତେବେ ଗରମ ପାଣିରେ ଧୁଅନ୍ତୁ ନାହିଁ। ଏପରି କଲେ କେଶର ରଙ୍ଗ ନଷ୍ଟ ହୋଇ ଶୀଘ୍ର ଫେଡ୍ ହୋଇଯାଇଥାଏ।


୫. ଆମ କେଶ କେରାଟିନ୍ ନାମକ ପ୍ରୋଟିନ୍ରେ ତିଆରି। ତେଣୁ ଗରମ ପାଣିରେ ଗାଧୋଇଲେ କେରାଟିନ୍ ନଷ୍ଟ ହୋଇଯାଏ ଓ କେଶ ଅଧିକ ଝଡ଼ିଥାଏ।