ଓକାକ୍‌ ସିଇଓଙ୍କ ହ୍ବାଟ୍‌ସ ଆପ୍‌ ନମ୍ବର ହ୍ୟାକ୍‌, ୭ ଲକ୍ଷ ଲୁଟ୍

ଓକାକ୍‌ ସିଇଓଙ୍କ ହ୍ବାଟ୍‌ସ ଆପ୍‌ ନମ୍ବର ହ୍ୟାକ୍‌, ୭ ଲକ୍ଷ ଲୁଟ୍

ଓକାକ୍‌ ସିଇଓଙ୍କ ହ୍ବାଟ୍‌ସ ଆପ୍‌ ନମ୍ବର ହ୍ୟାକ୍‌, ୭ ଲକ୍ଷ ଲୁଟ୍

ଭୁବନେଶ୍ବର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସ ଆପ୍ ନମ୍ବର ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ସାଇବର୍‌ ଅପରାଧୀମାନେ ତାଙ୍କ ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ। ଏନେଇ ଶ୍ରୀ ପଟ୍ଟନାୟକ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ଓକାକ ସିଇଓ ତଥା ଅତିରିକ୍ତ ସଚିବ ଶ୍ରୀ ପଟ୍ଟନାୟକଙ୍କ ହ୍ବାଟ୍ସ ଆପ ନମ୍ବର ହ୍ୟାକ୍ କରି ଅଫିସ କର୍ମଚାରୀ ଓ ସମ୍ପର୍କୀୟଙ୍କୁ ନିଜ ପରିବାର ଚିକିତ୍ସା ପାଇଁ ହ୍ୟାକର ଟଙ୍କା ମାଗିଥିବା ସୂଚନା ମିଳିଛି। ଫଳରେ ଏହି କଥାକୁ ବିଶ୍ବାସ କରି ତାଙ୍କ ସଂପର୍କୀୟମାନେ ଟଙ୍କା ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ହ୍ବାଟସ୍‌ ଆପ୍‌ ପରି ଆପ୍‌ ଏପରି ହ୍ୟାକ୍ ହେଉଥିବା ଜାଣିବା ପରେ ସାଧାରଣ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ କିଏ କିଏ ଏହି ଠକେଇର ଶିକାର ହୋଇଛନ୍ତି ପୁଲିସ ଅଧିକ ଛାନ୍‌ଭିନ୍‌ ଚଳାଇଛି।