ଆଉ ମଠ ଭାଙ୍ଗନ୍ତୁନି: ସୁର

ଆଉ ମଠ ଭାଙ୍ଗନ୍ତୁନି: ସୁର

ଆଉ ମଠ ଭାଙ୍ଗନ୍ତୁନି: ସୁର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଆଉ ମଠ ଭାଙ୍ଗନ୍ତୁନି । ଏହା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ମଙ୍ଗଳବାର କଂଗ୍ରେସର ଏକ ପ୍ରତିନିଧି ଦଳ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ପୁରୀ ଗସ୍ତ କରିଥିଲେ । ସେମାନେ ବଡ଼ ଆଖଡ଼ା ମଠ ବୁଲିଥିଲେ । ବୁଲି ସାରିବା ପରେ ଶ୍ରୀ ରାଉତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ତେବେ ଆଉ ମଠ ଭାଙ୍ଗନ୍ତୁନି । ଯେତିକି ଭଙ୍ଗା ଯାଇଛି ଥଇଥାନ କରନ୍ତୁ । ପ୍ୟାକେଜ ଘୋଷଣା କରି ଭଣ୍ଡାନ୍ତୁ ନାହିିଁ । ଗରୀବଙ୍କୁ ଥଇଥାନ କରନ୍ତୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଅନ୍ୟପକ୍ଷରେ ବଡ଼ ଆଖଡ଼ା ମଠ ଉଚ୍ଛେଦ ନିଷ୍ପତ୍ତିକୁ ମହନ୍ତ ବିରୋଧ କରିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ମଠ ବିପଦସଙ୍କୁଳ ଦର୍ଶାଇ ଦସ୍ତାବିଜରେ ଦସ୍ତଖତ ପାଇଁ ପ୍ରଶାସନ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି । ବଡ଼ ଆଖଡ଼ା ବଠ ବିପଦସଙ୍କୁଳ ନୁହେଁ ବୋଲି ମହନ୍ତ କହିଛନ୍ତି । ଏପରିକି ଏଣ୍ଡାଓମେଣ୍ଟ କମିଶନ କିମ୍ବା ଏଏସଆଇ ମଧ୍ୟ ମଠ ବିପଦସଙ୍କୁଳ ବୋଲି କହିନଥିବା ମହନ୍ତ କହିଛନ୍ତି ।