ବନ୍ୟା ସ୍ଥିତିରେ ସୁଧାର ଆସିଛି : ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି

ବନ୍ୟା ସ୍ଥିତିରେ ସୁଧାର ଆସିଛି : ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି

ବନ୍ୟା ସ୍ଥିତିରେ ସୁଧାର ଆସିଛି : ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି
ଭୁବନେଶ୍ୱର: ଗତକାଲି ରାଜ୍ୟବ୍ୟାପୀ ହେଉଥିବା ଲଗାଣ ବର୍ଷା ଆଜି କମିଛି । ବନ୍ୟା ସ୍ଥିତିରେ ସୁଧାର ଆସିଛି । ବର୍ଷା ଓ ବନ୍ୟା ସ୍ଥିତି ନେଇ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ପାଣି ଜମିଥିଲା । ଏବେ କମିଯାଇଛି । ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗିର, ଯାଜପୁର ଓ କୋରାପୁଟରେ ଅଧିକ ବର୍ଷା ହୋଇଛି । ସମ୍ପୃକ୍ତ ୫ଜିଲ୍ଲରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ଥୁଆମୁଳ-ରାମପୁର ଓ କର୍ଲାମୁଣ୍ଡାରେ ୩୦୦ ମିମି ବର୍ଷା ହୋଇଛି । ଗଜପତି, କୋରାପୁଟରେ ସ୍ଥିତି ସ୍ୱାଭାବିକ ହୋଇଥିବାବେଳେ ମାଲକାନଗିରି ପରିସ୍ଥିତିରେ ସୁଧାର ଆସିଛି । କନ୍ଧମାଳ ଜିଲ୍ଲାରେ ୨ ଜଣ ଲୋକ ନିଖୋଜ ଥିବା ମନ୍ତ୍ରୀ ଶ୍ରୀ ମାରାଣ୍ଡି ସୂଚନା ଦେଇଛନ୍ତି । ମାଲକାନଗିରିର ୬ଟି ବ୍ଲକର ମୋଟ୍ ଉପରେ ୨ ହଜାର ୭୨ ଜଣ , ସେହିପରି କଳାହାଣ୍ଡିର ୧୬୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ରାୟଗଡାରେ ୩ ହଜାର ୧୨୮ ଜଣଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ବନ୍ୟାଂଚଳକୁ ବିଭିନ୍ନ ଟିମ୍ ଯଥା ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ, ମେଡିକାଲ୍ ଟିମ୍ ପଠାଯାଇଥିବା ମନ୍ତ୍ରୀ ଶ୍ରୀ ମାରାଣ୍ଡି ସୂଚନା ଦେଇଛନ୍ତି ।