ସ୍ମାର୍ଟଫୋନ୍ ଷ୍ଟ୍ରେସ୍
ସ୍ମାର୍ଟଫୋନ୍ ଷ୍ଟ୍ରେସ୍
admin
Nov 20, 2019 - 11:57
Updated: Nov 20, 2019 - 11:57
ବିଭିନ୍ନ ପ୍ରକାରର ଚାପ ରହିଛି ଯେପରିକି ମାନସିକ ଚାପ ଶାରୀରିକ ଚାପ ଇତ୍ୟାଦି । ଏବେ ଏହି ତାଲିକାରେ ସ୍ମାର୍ଟଫୋନ ଷ୍ଟ୍ରେସ ସାମିଲ ହୋଇଛି । ଲଣ୍ଡନର ଏକ ସଂସ୍ଥା ଅନୁସନ୍ଧାନ କରି ପ୍ରକାଶ କରିଛନ୍ତି ଯେ ଯୁବବର୍ଗଙ୍କ ତୁଳନାରେ ବୟସ୍କ ପିଢ଼ି ଅଧିକାଂଶ ସଂଖ୍ୟାରେ ସ୍ମାର୍ଟଫୋନ ଷ୍ଟ୍ରେସରେ ଅଧିକ ଆକ୍ରାନ୍ତ ହେଉଛନ୍ତି ।
ବିଶେଷଜ୍ଞଙ୍କ ମତରେ ଯୁବପିଢ଼ି ବିଭିନ୍ନ କାମ ଯଦିଓ ସ୍ମାର୍ଟଫୋନରେ କରିଥାନ୍ତି, କିନ୍ତୁ ଅଧିକ ସମୟ ଏଥିରେ ଅତିବାହିତ କରିପାରନ୍ତି ନାହିଁ । କାମର ଚାପ କାରଣରୁ ସେମାନଙ୍କ ପକ୍ଷେ ଏହା ସମ୍ଭବପର ହୋଇନଥାଏ ।
ଅବସରପ୍ରାପ୍ତ ବୟସ୍କ ପିଢ଼ିଙ୍କ ପାଖେ ସେଭଳି କିଛି କାମ ନଥିବା କାରଣରୁ ସେମାନଙ୍କର ସାଥୀ ଏଇ ସ୍ମାର୍ଟଫୋନ ପାଲଟିଛି । ମିଳିଥିବା ତଥ୍ୟ ଅନୁସାରେ ୫୫% ରୁ ଅଧିକ ବୟସ୍କ ଲୋକ ଦୈନିକ ୫-୭ ଘଣ୍ଟା ସ୍ମାର୍ଟଫୋନରେ ଅତିବାହିତ କରନ୍ତି ।
ବୟସ୍କ ଲୋକ ନିୟମିତ ଖବର କାଗଜ ଅପଡେଟ ନେବା ସହ ସୋସିଆଲ ସାଇଟରେ ମଧ୍ୟ ସକି୍ରୟ । ଏସବୁ ବାଦ୍ ଅନେକ ସମୟ ନିଜ ଜ୍ଞାତି ପରିଜନଙ୍କ ସହ କଥା ହୋଇ ସମୟ କାଟିଥାନ୍ତି । ଏଇ କାରଣରୁ ସେମାନେ ସ୍ମାର୍ଟଫୋନ ଷ୍ଟ୍ରେସରେ ଆକ୍ରାନ୍ତ ହେଉଛନ୍ତି ।
ଏହି ଚାପରେ ବ୍ୟକ୍ତି ସକାଳୁ ଉଠିବା ମାତ୍ରେ ସ୍ମାର୍ଟଫୋନ ବ୍ୟବହାର କରେ ଓ ରାତିରେ ଶେଯକୁ ଯିବା ପର୍ଯ୍ୟନ୍ତ ଫୋନ ବ୍ୟବହାର କରେ । ବିଶେଷଜ୍ଞଙ୍କ ମତରେ ଏଥିରୁ ବର୍ତ୍ତିବାକୁ ହେଲେ ଅନ୍ୟାନ୍ୟ ଘରୋଇ କାମ ପ୍ରତି ସଜାଗ ରହିବା ଉଚିତ । ଯେପରି ଅଧିକାଂଶ ସମୟ ପତି୍ରକା ପଢ଼ିବାରେ ଅତିବାହିତ କରନ୍ତୁ ନଚେତ କେଉଁଆଡ଼କୁ ବୁଲିବାକୁ କିଛି ସମୟ ପାଇଁ ଚାଲିଯାନ୍ତୁ । ନିୟମିତ ଏପରି କାମ କଲେ ଦିନ କେଇଟାରେ ସ୍ମାର୍ଟଫୋନ ଷ୍ଟ୍ରେସରୁ ମୁକୁଳିଯିବେ ।