ସୁନ୍ଦରଗଡ ଜିଲ୍ଲାରେ ୬୫ ପ୍ରତିଶତ ମତଦାନ

ସୁନ୍ଦରଗଡ ଜିଲ୍ଲାରେ ୬୫ ପ୍ରତିଶତ ମତଦାନ

ସୁନ୍ଦରଗଡ ଜିଲ୍ଲାରେ ୬୫ ପ୍ରତିଶତ ମତଦାନ
ରାଉରକେଲା : ୨ୟ ପର୍ଯ୍ୟାୟ ମତଦାନରେ ସୁନ୍ଦରଗଡ ଜିଲ୍ଲାରେ ୬୫ପ୍ରତିଶତ ମତଦାନ ହୋଇଥିବା ଜଣା ପଡିଛି । ଜିଲ୍ଲାର ମୋଟ ୧୮୪୬ ବୁଥରେ ସକାଳୁ ପୁଲିଂ ଦଳ ମାନେ ଇଭିଏମ ଲଗାଇ ମତଦାନ ଲାଗି ପ୍ରସ୍ତୁତ ଥିବା ବେଳେ ଭୋଟର ମଧ୍ୟ ଲାଇନ ଦେଇ ମତଦାନ ଲାଗି ଭିଡ ଜମାଇଥିବା ଦେଖା ଯାଇଥିଲା ।ତେବେ ଜିଲ୍ଲାର ରାଜଗାଙ୍ଗପୁର ,ବଣେଇ, ରାଉରକେଲା ରେ ଇଭିଏଏ କୁ ନେଇ କିଛି ଅନିଛାକୃତ ତୃଟି ଦେଖା ଜିବା ରୁ ମତଦାନ ରେ ୧ଘଂଟାରୁ ୨ଘଂଟା ବିଳମ୍ବ ହୋଇଥିଲା । ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ଭଲ ପାଗଲାଗି ଦିନ ଗୋଟାଏ ଭିତରେ ୧୮ ରୁ ୩୧ପ୍ରତିଶତ ମତଦାନ ହୋଇଥିଲା ।ପରେ ଦିନ ୩ଟା ବେଳକୁ ତଲସରା-୩୯, ସୁନ୍ଦରଗଡ-୩୯, ବୀରମିତ୍ରପୁର -୪୨,ରଘୁନାଥପାଲ୍ଲୀ-୪୩, ରାଉରକେଲା-୪୨,ରାଜଗାଙ୍ଗପୁର୪୨ଓ ବଣେଇରେ ୪୩ ପ୍ରତିଶତ ମତଦାନ ହୋଇ ମୋଟ ୪୧.୫୮ ପ୍ରତିଶତ ମତଦାନ ହୋଇଥିବା ସରକାରୀ ସୁତ୍ରରୁ ଜଣା ପଡିଥିଲା ।ପରେ ସଂଧ୍ୟା ୫ଟା ଶୁଧା ତଲସରା୪୮.୨,ସୁନ୍ଦରଗଡ-୪୭.୪୩, ବୀରମିତ୍ରପୁର୬୧, ରଘୁନାଥପାଲ୍ୀ-୫୬.୬ରାଉରକେଲା ୫୫,ରାଜଗାଙ୍ଗପୁର ୫୮ଓ ବଣେଇରେ ୫୫ପ୍ରତିଶତ ମତଦାନ ହୋଇ ମୋଟ ୫୪.୪ ମତଦାନ ହୋଇଥିବା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ତେବେ ସଂଧ୍ୟା ୬ଟା ସୁଧା ଏହା ୬୫ପ୍ରତିଶତ ବୋଲି ଆକଳନ ହୋଥିବା କୁହାଯାଇଛି । ଜିଲ୍ଲାରେ ଭୋଟ ବର୍ଜନ ନେଇ କୌଣସି ସୁଚନା ସରକାରୀ ଭାବେ ହୋଇନଥିବାବେଲେ ଶାନ୍ତିଶୃଂଖଲା ସହ ମତଦାନ ସରିଛି ।କେବଳ ଗତକାଲି ରାତିରେ ସୁନ୍ଦରଗଡରେ ଜଣେ ଖବରଦାତା ଓ କିଛି ପଲିଟିକାଲ ଦଳକୁ ଆକ୍ରମଣ ନେଇ ପୁଲିସ ପାଖରେ ରିପାର୍ଟ ହୋଇଥିଲା । ଯାହାର ତଦନ୍ତ ଚାଲିଥିବା ପୁଲିସ ସୂତ୍ରରୁ ପ୍ରକାଶ ।