ମାନସିକ ଚାପ ଓ ଉପଚାର

ମାନସିକ ଚାପ ଓ ଉପଚାର

ମାନସିକ ଚାପ ଓ ଉପଚାର
କାମର ଚାପ ସହ ମାନସିକ ଅଶାନ୍ତି ବଢ଼ିଲେ ବିଭିନ୍ନ ସମସ୍ୟା ଉପୁଜିଥାଏ । ପ୍ରତି ୧୦ ଜଣରେ ୪ ଜଣ ବର୍ତ୍ତମାନ ସମୟରେ ମାନସିକ ଚାପରେ ଆକ୍ରାନ୍ତ । ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ସର୍ବପ୍ରଥମେ ନିଜ ଚେଷ୍ଟାରେ ଏହି ଅବସାଦରୁ ବାହାରିବାକୁ ଚେଷ୍ଟା କରିବା ଉଚିତ । କାମ ଚାପରେ ଅତିଷ୍ଠ ହୋଇଗଲେ ତୁରନ୍ତ କିଛି ଦିନ ଛୁଟି ନେଇ କେଉଁଆଡେ଼ ଭ୍ରମଣ କରିଆସୁନ୍ତି । କୌଣସି ମହାନଗରୀ ଯିବା ପରିବର୍ତ୍ତେ ହିଲଷ୍ଟେସନ ଅବା ସମୁଦ୍ର କୂଳ ସ୍ଥାନ ଯିବାକୁ ପ୍ରାଥମିକତା ଦେବା ଉଚିତ । କାରଣ ସେ ସବୁ ସ୍ଥାନର ବାତାବରଣ ଆମକୁ ମାନସିକ ଶାନ୍ତି ଦେଇଥାଏ । ଅନ୍ୟ ଏକ ସୁନ୍ଦର ତଥା ସରଳ ଉପାୟ ହେଉଛି ପ୍ରତ୍ୟହ ନିଜ ମନ ପସନ୍ଦର ଗୀତ ଅଧିକାଂଶ ସମୟ ଶୁଣନ୍ତୁ । ଏପରିକି ଦିନର ଆରମ୍ଭ ଗୀତରେ ହିଁ କରିବା ଉଚିତ । କିଛି ଦିନର ଆରମ୍ଭ ଏଭଳି ଭାବେ କରନ୍ତୁ ସମୟକ୍ରମେ ଏହାର ଫରକ ଆପଣ ନିଜେ ଜାଣିପାରିବେ । କାର୍ଯ୍ୟାଳୟର ଟେନସନରୁ ବର୍ତ୍ତିବାକୁ ହେଲେ ତାହାକୁ ଏତେ ଗଭୀର ଭାବେ ଗ୍ରହଣ କରନ୍ତୁ ନାହିଁ । ଜୀବନରେ ପରିବାରର ପ୍ରାଥମିକତା ସବୁଠୁ ଅଧିକ । ଏଇ ଚିନ୍ତାଧାରାରେ ଆଗକୁ ବଢ଼ନ୍ତୁ । ନିୟମିତ ଭାବେ ସକାଳ ଜଳଖିଆ କରିବା ଉଚିତ । ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ ଜଳଖିଆ ନ କଲେ ମଧ୍ୟ ଆମେ ମାନସିକ ଚାପ ବଢ଼ିଥାଏ । ଘରର ଆଭ୍ୟନ୍ତରୀଣକୁ ମଧ୍ୟ ଯଥାସାଧ୍ୟ ଠିକ୍ ରଖନ୍ତୁ । ସୁଗନ୍ଧିତ ମହମବତୀ ଘରର କୋଣରେ ଲଗାନ୍ତୁ । ଦେଖିବେ, ଏହାର ବାସ୍ନା ଆପଣଙ୍କ ମାନସିକ ଚାପକୁ ଅନେକାଂଶରେ କମ୍ କରିବ । ନିଜକୁ ଭଲ ଲାଗୁଥିବା କାମ କିରବାରେ ଆଦୌ ଅନୁଶୋଚନା କରନ୍ତୁ ନାହିଁ । ଏହାର ଅର୍ଥ ନୁହେଁ ଯେ ବଦଖର୍ଚ୍ଚ କିମ୍ବା ନିଶାସେବନ କରିବେ ।