ମଧୁସୂଦନଙ୍କ ଦ୍ଵାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

ମଧୁସୂଦନଙ୍କ ଦ୍ଵାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

ମଧୁସୂଦନଙ୍କ ଦ୍ଵାଦଶାହ  ଅବସରରେ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର : ସାଲେପୁର ଅଂଚଳର ଜନପ୍ରିୟ ନେତା, ସମାଜସେବୀ, ସମବାୟବିତ ସ୍ବର୍ଗତ ମଧୁସୂଦନ ସ୍ୱାଇଁଙ୍କ ଦ୍ଵାଦଶାହା ଅବସରରେ ବହୁ ବ୍ୟକ୍ତି ଶ୍ରାଦ୍ଧଞ୍ଜଳି ଦେଇଛନ୍ତି ! ସାଲେପୁର ଅଞ୍ଚଳର ଜନସାଧାରଣଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମଧୁବାବୁଙ୍କ ଗୁଣ କୀର୍ତ୍ତନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ! ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଶ୍ରଦ୍ଧାଞ୍ଜଳୀ ଜଣାଇ କହିଛନ୍ତି ଯେ, କମ ବୟସରେ ସଂସାରର ବୋଝ ମୁଣ୍ଡାଇ ଥିଲେ ବି ମଧୁସୁଦନ ସ୍ୱାଇଁ ବାବୁ ସମାଜ ସେବାରେ ଟିକେ ବି କାର୍ପଣ୍ୟ ପ୍ରକାଶ କରିନଥିଲେ ! ସତେ ଯେମିତି ସମସ୍ତେ ଥିଲେ ତାଙ୍କ ପରିବାର, ସମସ୍ତେ ଥିଲେ ଆପଣାର ! ସମବାୟ ଆନ୍ଦୋଳନର ପୁରୋଧା ମଧୁ ବାବୁ 1980 ଦଶକରେ ସରପଞ୍ଚ ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ! ନିଜ ଅଂଚଳରେ ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ଵଳନ ପାଇଁ ସେ ଗଢ଼ିଥିଲେ ନନ୍ଦିନୀ ବିଦ୍ୟା ନିକେତନ ଉଚ୍ଚ ବିଦ୍ୟାଳୟ ! ଖାଲି ରାଜନୀତି କି ସମାଜ ସେବା ନୁହେଁ କଳାକାର ଓ ନିର୍ଦେଶକ ଭାବେ ବି ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ ! ଯେଉଁଥିପାଇଁ ସାରା ସାଲେପୁର ତାଙ୍କୁ ମୁରବୀ ବୋଲି ମାନୁଥିଲା ! ଆଜି ସାଲେପୁରର ମୁରବୀ ମଧୁବାବୁ ଆମ ଗହଣରେ ନାହାନ୍ତି ! ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଆଦର୍ଶ ସମସ୍ତଙ୍କ ଧେୟ ହେଉ !