ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଭାରତୀୟ ବାୟୁସେନା ସୁଖୋଇ -୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରିବର୍ଦ୍ଧିତ ସଂସ୍କରଣର ସଫଳ ପରୀକ୍ଷଣ କରିଛି । ଆକାଶରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ସଠିକ୍ ଭାବରେ ବଙ୍ଗୋପସାଗରରେ ୪ଶହ କିମି. ଦୂର ଲକ୍ଷ୍ୟ ଭେଦ କରିପାରିଛି।ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସହିତ ଭାରତୀୟ ବାୟୁସେନା ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହିତ ସ୍ଥଳ ଏବଂ ସମୁଦ୍ର ପଥରେ ଦୀର୍ଘ ଦୂରତା ଭେଦ କରିବାର କ୍ଷମତା ହାସଲ କରିଛି ।
ସୁଖୋଇ ଯୁଦ୍ଧ ବିମାନର ସାମର୍ଥ୍ୟ ସହିତ ବ୍ରହ୍ମୋସର ଏହି ପରିବର୍ଦ୍ଧିତ ସଂସ୍କରଣ ବାୟୁସେନାକୁ ଭବିଷ୍ୟତରେ ଯୁଦ୍ଧକ୍ଷେତ୍ରରେ ଏହାର ରଣନୀତିକ ଶକ୍ତି ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ। ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣରେ ବାୟୁସେନା, ନୌସେନା, ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ, ବିଏପିଲ ଏବଂ ହାଲର ସମନ୍ୱିତ ପ୍ରୟାସ ପ୍ରମୁଖ ଭୂମିକା ଗ୍ରହଣ କରିଛି।




admin 