ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀକୁ ପାରୋଲ

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀକୁ ପାରୋଲ

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀକୁ ପାରୋଲ
ବେଲ୍ଲୋର :ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଶ୍ରୀହରନ ଏକ ମାସ ପାଇଁ ପାରୋଲରେ ଜେଲରୁ ବାହାରକୁ ବାହାରିଛନ୍ତି । ନଳିନୀ ନିଜ ପୁଅର ବିବାହ ପ୍ରସ୍ତୁତି କରିବା ପାଇଁ ଆଜି ବେଲ୍ଲୋର କେନ୍ଦ୍ରୀୟ ଜେଲରୁ ବାହାରିଛନ୍ତି । ମାଡ୍ରାସ ଉଚ୍ଚ ନ୍ୟାୟାଳୟ ତାଙ୍କୁ ଏକ ମାସ ପାଇଁ କାରାବକାସ ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ନଳିନୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ସେ ଲମ୍ବା ସମୟ ଧରି ଜେଲରେ ବନ୍ଦୀ ହୋଇଥିଲେ । ପୁଅର ବିବାହ ପାଇଁ ସେ ଉଚ୍ଚତମ ନ୍ୟାୟାଳୟରେ କାରାବକାସ ମାଗିଥିଲେ । ଅଦାଲତ ଜୁଲାଇ ୫ରେ ଏହାକୁ ସ୍ୱୀକାର କରିଥିଲେ । ନଳିନୀଙ୍କ ପୁଅ ଲଣ୍ଡନରେ ରୁହନ୍ତି । ସେ ନିଜ ଦଲୀଲରେ ଦାବୀ କରିଥିଲେ କି, ଯେକୌଣସୀ ଦୋଷୀ ୨ ବର୍ଷ ସଜା କାଟିଲା ପରେ ଏକ ମାସ ପାଇଁ ସାଧାରଣ ଛୁଟିର ହକଦାର ହୋଇଥାଏ । କିନ୍ତୁ ସେ ବିଗତ ୨୭ ବର୍ଷ ଧରି ଛୁଟି ନେଇ ନାହାଁନ୍ତି । ତେଣୁ ତାଙ୍କୁ ଛୁଟି ମିଳିବା ଆବଶ୍ୟକ ।