ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ବିଜେପି ୧୬୦, ଶିବସେନା ୧୧୦ ଆସନରେ ଲଢ଼ିବା ସମ୍ଭାବନା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ବିଜେପି ୧୬୦, ଶିବସେନା ୧୧୦ ଆସନରେ ଲଢ଼ିବା ସମ୍ଭାବନା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ବିଜେପି ୧୬୦, ଶିବସେନା ୧୧୦ ଆସନରେ ଲଢ଼ିବା ସମ୍ଭାବନା
ମୁମ୍ବାଇ : ଅକ୍ଟୋବରରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଶାସକ ବିଜେପି ଏବେ ଏହାର ମେଣ୍ଟ ସହଯୋଗୀ ଶିବସେନା ଏବଂ ଅନ୍ୟ ଏନଡିଏ ଦଳ ସହ ଆସନ ବୁଝାମଣା ନେଇ ଆଲୋଚନା ଆରମ୍ଭ କରିଦେଇଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରୁ ୧୬୦ ଟିରେ ବିଜେପି ନିର୍ବାଚନ ଲଢ଼ିବା ଏବଂ ଶିବସେନାକୁ ୧୧୦ ଆସନ ଛାଡ଼ିବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି । ଅନ୍ୟ ପକ୍ଷେ ଅନ୍ୟ ଏନଡିଏ ମେଣ୍ଟ ସହଯୋଗୀମାନଙ୍କୁ ୧୮ଟି ଆସନ ମିଳିବ ବୋଲି ଜଣାପଡ଼ିଛି । ଶିବସେନା ପୂର୍ବରୁ ସ୍ପଷ୍ଟ କରିଥିଲା ଯେ ୧୧୦ଟିରୁ କମ୍ ଆସନରେ ଏହା ନିର୍ବାଚନ ଲଢ଼ିବ ନାହିଁ । ଉଲ୍ଲେଖଯୋଗ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଗତ ଅଗଷ୍ଟ ୧ ତାରିଖରେ ମହା ଜନାଦେଶ ଯାତ୍ରା ଆରମ୍ଭ କରିଥିଲେ । ଅନ୍ୟ ପକ୍ଷେ କଂଗ୍ରେସ ଏବଂ ଏନସିପି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରୁ ୩୮ଟି ଆସନ କ୍ଷୁଦ୍ର ଦଳ ଗୁଡ଼ିକୁ ଦେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ବାକି ୯୦ ପ୍ରତିଶତ ଆସନ ପାଇଁ ବୁଝାମଣା ଆପାତତଃ ଚୂଡାନ୍ତ କରିଛନ୍ତି । କିନ୍ତୁ ଏ ବାବଦରେ ଘୋଷଣା ହୋଇନାହିଁ ।