ବିଜେଡିର ନିର୍ବାଚନୀ ଖର୍ଚ୍ଚ ୧୨୧ କୋଟି
ବିଜେଡିର ନିର୍ବାଚନୀ ଖର୍ଚ୍ଚ ୧୨୧ କୋଟି
admin
Sep 6, 2019 - 05:30
Updated: Sep 6, 2019 - 05:30
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ୧୨୧ କୋଟି ଟଙ୍କା ଖର୍ଚ୍ଚ କରିଛି । ନିର୍ବାଚନୀ ଜିତିବା ପାଇଁ ସର୍ଭେଠାରୁ ଆରମ୍ଭ କରି ହାଇଟେକ ପ୍ରଚାର ପାଇଁ ବିଜେଡି ଏତିକି ପରିମାଣର ଟଙ୍କା ଖର୍ଚ୍ଚ କରିଥିବା ନେଇ ମୁଖ୍ୟ ନିର୍ବାଚନ କମିସନଙ୍କ ନିକଟରେ ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦାଖଲ କରିଥିବା ଜଣାପଡ଼ିଛି ।
ନିର୍ବାଚନରେ ପ୍ରଚାର ପାଇଁ ବିଭିନ୍ନ ଗଣମାଧ୍ୟମକୁ ୭୧ କୋଟି ୨୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ମିଡିଆ ତଦାରଖ ବାବଦରେ ୬ ଲକ୍ଷ ୪୬ ହଜାର ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ନିର୍ବାଚନରେ କେଉଁ ଦଳକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ଏକଥା ଜାଣିବା ପାଇଁ ଦଳ ପକ୍ଷରୁ ୭ କୋଟି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ‘ଘରେ ଘରେ ନବୀନ’ କାର୍ଯ୍ୟକ୍ରମ ଜରିଆରେ ବିଜେଡି ଖର୍ଚ୍ଚ କରିଛି ୨୦ କୋଟି ଟଙ୍କା । ଏପି୍ରଲ ୧୮ ଓ ୨୪ ତାରିଖରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇଟି ରାଲିରେ ୨ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏଲଇଡି ଭ୍ୟାନରେ ରାଜ୍ୟବ୍ୟାପୀ ଦଳର ପ୍ରଚାର ପାଇଁ ପ୍ରାୟ ୧୪ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହାଇଟେକ ବସ ବାବଦରେ ଖର୍ଚ୍ଚ ହୋଇଥିଲା ୬୫ ଲକ୍ଷ ଟଙ୍କା । ସେହିପରି ଦଳର ନିର୍ବାଚନୀ ସଭାପତି ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବାବଦରେ ୪ କୋଟି ୩୫ ଲକ୍ଷ ଟଙ୍କାକୁ ମିଶାଇ ମୋଟ ୧୨୧ କୋଟି ୫ ଲକ୍ଷ ୪୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି ।