ଆଉ ନାହାନ୍ତି ଫୁଟବଲ୍‌ ଖେଳାଳୀ ପେଲେ

ଆଉ ନାହାନ୍ତି ଫୁଟବଲ୍‌ ଖେଳାଳୀ ପେଲେ

ଆଉ ନାହାନ୍ତି ଫୁଟବଲ୍‌ ଖେଳାଳୀ ପେଲେ

ନୂଆଦିଲ୍ଲୀ: ମହାନ ଫୁଟବଲ୍‌ ଖେଳାଳୀ ପେଲେଙ୍କର ୮୨ ବର୍ଷ ବୟସରେ ନିଧନ ହୋଇଯାଇଛି । କର୍କଟରେ ପୀଡିତ ଯୋଗୁଁ ସେ କିଛିଦିନ ଧରି ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ । ମାତ୍ର ୧୭ ବର୍ଷ ବୟସରେ ସେ ବ୍ରାଜିଲ ପାଇଁ ଖେଳି ପ୍ରଥମଥର ପାଇଁ ବିଶ୍ୱ କପ୍‌ ବିଜେତା ହୋଇଥିଲେ । ପେଲେ ୩ ଥର ବିଶ୍ୱକପ୍‌ ବିଜେତା ହେବାର ସୌଭାଗ୍ୟ ଲାଭ କରିଥିଲେ ।


ପେଲେ ବିଶ୍ୱକପ୍‌ ଖେଳିବା ସମୟରେ ବ୍ରାଜିଲ୍‌ ଟିମ୍‌କୁ ଦୁର୍ବଳ ବୋଲି ବିଚାର କରାଯାଉଥିଲା । ମାତ୍ର ପେଲେ ଏବଂ ତାଙ୍କ ସାଥୀ ଖେଳାଳୀଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ତିନି ତିନି ଥର ବିଶ୍ୱକପ୍‌ ବିଜେତା ହୋଇପାରିଥିଲେ । ପେଲେଙ୍କର ଝିଅ ନୈସିମଂଟୋ ତାଙ୍କର ମୃତ୍ୟୁ ବିଷୟରେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ପେଲେଙ୍କୁ କୋଲନ୍‌ କ୍ୟାନସର ହୋଇଥିଲା । ଗତ କିଛିଦିନ ଧରି ତାଙ୍କୁ ସାଓପୋଲର ଏକ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା ।

୧୯୭୭ ମସିହାରେ ସେ ଭାରତରେ ଏକ ଫୁଟବଲ୍‌ ମ୍ୟାଚ୍‌ ଖେଳିଥିଲେ । ମୋହନବାଗାନ୍‌ ବିପକ୍ଷରେ ସେ ଇଡେନ୍‌ଗାର୍ଡେନ୍‌ରେ ଏକ ମ୍ୟାଚ ଖେଳିଥିଲେ । ୨୦୧୫ ମସିହାରେ ଭାରତ ଆସିଥିଲେ ପେଲେ । ସେ କୋଲକାତାରେ ଦୂର୍ଗାପୂଜାରେ ସାମିଲ ହୋଇଥିଲେ । ଏହା ସହ ଇଣ୍ଡିଆନ୍‌ ସୁପରଲିଗ୍‌ ଫୁଟବଲ୍‌ ମ୍ୟାଚ ମଧ୍ୟ ଦେଖିଥିଲେ । ଏହି ସମୟରେ ସେ ପ୍ରାୟ ଏକ ସପ୍ତାହ ଭାରତରେ ରହିଥିଲେ । ପେଲଙ୍କ ମୃତ୍ୟୁରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।