ବାଲେଶ୍ୱର ପୌରାଂଚଳ ବିକାଶ ପାଇଁ ୧୫୫ କୋଟି ଟଙ୍କା

ବାଲେଶ୍ୱର ପୌରାଂଚଳ ବିକାଶ ପାଇଁ ୧୫୫ କୋଟି ଟଙ୍କା

ବାଲେଶ୍ୱର ପୌରାଂଚଳ ବିକାଶ ପାଇଁ ୧୫୫ କୋଟି ଟଙ୍କା
ଭୁବନେଶ୍ୱର: ବାଲେଶ୍ୱର ପୌରାଂଚଳ ବିକାଶ ପାଇଁ ୧୫୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶ ପାଇଁ ୧୫୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ସହଦେବଖୁଂଟା ବିକାଶ ପାଇଁ ୮ କୋଟି ଦିଆଯାଇଛି । ତୁମୁଳିଆ ଗେଟ ଫ୍ଲାଏ ଓଭର ଠାରୁ ଷ୍ଟେସନ ଛକ ରାସ୍ତା ୬ ଥାକିଆ ହେବ । ଏହି ରାସ୍ତାରେ ଆଧୁନିକ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରାଯିବ । ବାଲେଶ୍ୱର ମୁ୍ୟନିସିପାଲିଟିର ସବୁ ମୁଖ୍ୟ ରାସ୍ତା ଉନ୍ନତିକରଣ କରାଯିବ । ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । କ୍ରୀଡାର ବିକାଶ ପାଇଁ ଇଣ୍ଡୋର ହଲ ସୁଇମିଂ ପୁଲ ହେବ । ଏନେଇ ୧୪ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । କ୍ରୀଡାବିତଙ୍କ ପାଇଁ ଉଚ୍ଚମାନର ତାଲିମ ବ୍ୟବସ୍ଥା କରାଯିବ । ବୁଢାବଳଙ୍ଗ ନଦୀ ବନ୍ଧର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ୫୩ କୋଟି ଖର୍ଚ୍ଚ ହେବ । ମୁ୍ୟନିସିପାଲିଟି ଅଂଚଳର ମୁଖ୍ୟ ପୋଖରୀ ଗୁଡିକର ସୌନ୍ଦର୍ଯ୍ୟକରଣ ହେବ । ଡ୍ରେନେଜ ଚ୍ୟାନେଲ ଓ ତତସଂଯୁକ୍ତ ରାସ୍ତାର ବିକାଶ ପାଇଁ ୭ କୋଟି ଖଚ୍ଚୟ ହେବ ।