ବାରବାଟୀ ମ୍ୟାଚ ପାଇଁ ପିଚ୍ ଠାରୁ ଆରମ୍ଭ କରି ଷ୍ଟାଡିୟମ୍ ପ୍ରସ୍ତୁତ

ବାରବାଟୀ ମ୍ୟାଚ ପାଇଁ ପିଚ୍ ଠାରୁ ଆରମ୍ଭ କରି ଷ୍ଟାଡିୟମ୍ ପ୍ରସ୍ତୁତ

ଆସନ୍ତା ୯ ତାରିଖ ରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚ୍ ପାଇଁ ପ୍ରସ୍ତୁତ ବାରବାଟି। ପିଚ୍ ଠାରୁ ଆରମ୍ଭ କରି ଷ୍ଟାଡିୟମ୍ ର ସୌନ୍ଦର୍ଯ୍ୟକରଣ ଓ ଫ୍ୟାନ୍ସ ଙ୍କ ବସିବା ପାଇଁ ଗ୍ୟାଲେରୀ ସବୁ କିଛି ଏକପ୍ରକାର ପ୍ରସ୍ତୁତ । ଆଜି ଏନେଇ ଏହି ତମାମ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଅଧିକ୍ଷଣ ଯନ୍ତ୍ରୀ। ଅନ୍ୟପଟେ ବାରବାଟି ଷ୍ଟାଡିୟମ୍ ରେ ଏକ ହାଇ ଭୋଲ୍ଟେଜ୍ ମ୍ୟାଚ୍ ଦେଖିବା ପାଇଁ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ।

ଆଉ ମାତ୍ର ଦିନ ଦୁଇଟା ପରେ କଟକ ର ଐତିହାସିକ ବାରବାଟି ଆନ୍ତଃ ରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ଡ ଦ୍ଵିତୀୟ ଏକ ଦିବସକିୟ ମ୍ୟାଚ୍। ଏଥିପାଇଁ ସଜେଇ ହେଉଛି ବାରବାଟି । ବିଶେଷ କରି ବାରବାଟି ଷ୍ଟାଡିୟମ୍ ର ଆଉଟ୍ ଫିଲ୍ଡ ଓ ପିଚ୍ ର ଅଧିକ ଯତ୍ନ ନିଆଯାଉଛି। ବାରବାଟି ଷ୍ଟାଡିୟମ୍ ରେ ଦୁଇଟି ପିଚ୍ ତିଆରି କରାଯାଇଛି । ଗୋଟିଏ କଳାହାଣ୍ଡି ରୁ ଆସିଥିବା ବ୍ଲାକ ସଏଲ୍ ରେ ଓ ଅନ୍ୟଟି ମୁମ୍ବାଇ ରୁ ଆସିଥିବା ରେଡ୍ ସଏଲ୍ ରେ ତିଆରି କରାଯାଇଛି ପିଚ। ଉଭୟ ପିଚ୍ ର ରକ୍ଷଣ ବେକ୍ଷଣ ଚାଲିଥିବା ବେଳେ ବି ସି ସି ଆଇ ର ପିଚ୍ କିୟୁରେଟର ଉପସ୍ଥିତ ରହିଛନ୍ତି । ସେହିଭଳି ପଡିଆ ର ଆଉଟ୍ ଫିଲ୍ଡ କୁ ଫାଷ୍ଟ କରିବା ପାଇଁ ଘାସ କୁ କଟାଯିବା ସହ କେମିକାଲ ଓ ପାଣି ସିଞ୍ଚନ କରାଯାଇ ନରମ କରାଯାଉଛି।ସେହିଭଳି ଷ୍ଟାଡିୟମ୍ ର ସୌନ୍ଦର୍ଯ୍ୟକାରଣ କାର୍ଯ୍ୟ ଜୋରଦାର ଚାଲିଛି। ଦର୍ଶକ ବସିବା ପାଇଁ ସିଟ୍ ଠାରୁ ଆରମ୍ଭ କରି ଅତିଥି ମାନଙ୍କ ବସିବା ପାଇଁ ମଧ୍ୟ ସୁବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ୍ ରେ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ର ତଦାରଖ କରିଛନ୍ତି ରାସ୍ତା ଓ ଗୃହ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଙ୍କ ସମେତ ଏକ ଏକ ଟିମ୍ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଙ୍କ ଲାଉଞ୍ଜ , ଅନ୍ୟାନ୍ୟ ଅତିଥି ମାନଙ୍କ ପାଇଁ ନିର୍ମାଣଧୀନ ସମସ୍ତ କାର୍ଯ୍ୟ ଏକପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ବୋଲି କହିଛନ୍ତି ଓସିଏର ମୁଖ୍ୟ ପରାମର୍ଶଦାତା। ବିଷ୍ଣୁ ମହାପାତ୍ର।