ବାରବାଟୀ ମ୍ୟାଚ ପାଇଁ ଝଲସିଲା କଟକ

ବାରବାଟୀ ମ୍ୟାଚ ପାଇଁ ଝଲସିଲା କଟକ

ବାରବାଟୀ ମହାଲଢ଼େଇ ପୂର୍ବରୁ ଝଲସୁଛି କଟକ। ଐତିହାସିକ ବାରବାଟୀ ଷ୍ଟାଡିଅମ ରେ ସମସ୍ତ ଲାଇଟ ଅନ ହୋଇଥିଲା ବେଳେ ପାର୍ଶ୍ଵ ରେ ଥିବା ସମସ୍ତ ସ୍ଥାନ ମାନଙ୍କରେ ରଙ୍ଗବେରଙ୍ଗ ର ଆଲୋକ ମାଳା ରେ ସୁସଜିତ ହୋଇଛି ସିଲଭରସିଟି। ଆସନ୍ତା ୯ ତାରିଖ ରେ ବାରବାଟୀ ରେ ହେବ ଭାରତ ବନାମ ଇଂଲଣ୍ଡ ର ଦିନିକିଆ ମୁକାବିଲା। ସେଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଏକପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଥିଲା ବେଳେ ଷ୍ଟାଡିଅମ ବାହାରେ ରଙ୍ଗ ବେରଙ୍ଗ ଆଲୋକ ରେ ନବ ବଧୁ ପରି ଲାଗୁଛି କଟକ, ଯାହା ସମସ୍ତଂକୁ କରୁଛି ବିମୋହିତ। ହାତରେ ଆଉ ଦିନ କେଇଟା  ବାକି , ରିଙ୍ଗ ରୋଡ଼ ଠୁ ଆରମ୍ଭ କରି କ୍ୟାଣ୍ଟନମେଣ୍ଟ ରୋଡ଼ , ସମେତ ଅନେକ ସ୍ଥାନ ମାନଙ୍କରେ ଆହୁରି ଆଲୋକ ମାଳା ର ଆୟୋଜନ କରିବା ନେଇ ଲକ୍ଷ ରଖାଯାଇଥିବା ସୂଚନା ଦେଇଛି ଓସିଏ।