'ସମର୍ଥ ' ମାମଲାରେ ଲିପିକା ଓ ସ୍ୱାଗତିକାଙ୍କୁ ସମ୍ବଲପୁରରେ ସାହସିକତା ସମ୍ମାନ

ବହୁଚର୍ଚ୍ଚିତ ସମ୍ବଲପୁର ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର ' ସମର୍ଥ ' ରେ ନିର୍ଯାତନା ମାମଲାରେ ପୁରା ଘଟଣାକୁ ସାମନାକୁ ଆଣିଥିବା ଲିପିକା ଦର୍ଜି ଓ ସ୍ୱାଗତିକା ଦାସଙ୍କୁ ସମ୍ବଲପୁରରେ ସାହସିକତା ସମ୍ମାନ ଦିଆଯାଇଛି l ଯେଉଁ ଭଳି ଭାବେ ଦୁଇ ଜଣ ମହିଳା ନିଜ ଜୀବନକୁ ବାଜି ଲଗେଇ ଆଜି ୪୪ ଜଣ ମାନସିକ ରୋଗୀଙ୍କୁ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ତାକୁ ନେଇ ସାହସିକ ସମ୍ମାନ ଦେବାସହ ୫୦ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଛି , ଦୁଇ ଜଣ ସାହସୀ ମହିଳା ରେଙ୍ଗାଲି ବିଜେଡ଼ି ବିଧାୟକ ସୁଦର୍ଶନ ହରିପାଲଙ୍କ ସହ ଯେଉଁଭଳି ଭାବେ ପୋଲିସ ଧରି ସମର୍ଥ କେନ୍ଦ୍ରରେ ରେଡ କରିଥିଲେ ଯାହାକୁ ନେଇ ସବୁଠି ଚର୍ଚା ହୋଇଥିଲା ଫଳରେ ଏକ କାର୍ଯ୍ୟକ୍ରମରେ ବିଧାୟକ ସୁଦର୍ଶନ ହରିପାଲ ସେମାନଙ୍କୁ ସାହସିକତା ସମ୍ମାନ ଜଣାଇଛନ୍ତି ଯାହା ଅନ୍ୟ ମାନଙ୍କ ପାଇଁ ଉଭୟେ ଏକ ବଡ଼ ଉଦାହରଣ ବୋଲି କହିଛନ୍ତି ସୁଦର୍ଶନ l