ବଦଳିଲା ପାଗ, ହାଲୁକା ବର୍ଷା ଆରମ୍ଭ

ବଦଳିଲା ପାଗ, ହାଲୁକା ବର୍ଷା ଆରମ୍ଭ

ବଦଳିଲା ପାଗ, ହାଲୁକା ବର୍ଷା ଆରମ୍ଭ
ଭୁବନେଶ୍ୱର : ରାଜ୍ୟରେ ପଡ଼ିଲାଣି ଭୀଷଣ ବାତ୍ୟା ‘ଅସାନି' ପ୍ରଭାବ’। ସମୁଦ୍ର ଭିତରେ ଘଣ୍ଟାକୁ ୨୫ କିଲୋମିଟର ବେଗରେ ବଙ୍ଗୋପସାଗରରେ ଗତି କରୁଛି ଭୀଷଣ ବାତ୍ୟା ‘ଅସାନି’। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଥିବା ଭୀଷଣ ବାତ୍ୟା ‘ଅସାନି’ ପୁରୀଠାରୁ ୬୫୦ କିଲୋମିଟର ଦୂରରେ ରହିଛି। ହେଲେ ଏହା ପ୍ରଭାବରେ ଯେଉଁ ବାଦଲ ଖଣ୍ଡ ଉପକୂଳ ଓଡ଼ିଶାକୁ ମାଡ଼ି ଆସୁଛି, ତାହା ରାଜ୍ୟରେ ବର୍ଷା କରାଉଛି। ଭୁବନେଶ୍ୱର, ଗଞ୍ଜାମ, ଖୋର୍ଦ୍ଧା ସମେତ କେତେକ ଜାଗାରେ ହାଲୁକା ବର୍ଷା ହେବା ସହ ପାଗ ପୂରା ବଦଳିଯାଇଛି । ଅସାନି’ ଏବେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦେଇଛି। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ବଳବତ୍ତର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଗୋଟିଏ, ୨ଟି ସ୍ଥାନରେ ବର୍ଷିବ। ସେହିଭଳି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ଗୋଟିଏ, ୨ଟି ସ୍ଥାନରେ ବର୍ଷା ହେବ। ଏହା ସହ ୧୨ ତାରିଖରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ଚାନ୍ଦବାଲି, ଗୋପାଳପୁର, ପାରାଦୀପ, ପୁରୀ ସିଗନାଲ ପୋର୍ଟରେ ବିପଦ ସଙ୍କେତ-୨ ଜାରି କରାଯାଇଛି।