ଫେବ୍ରୁଆରୀ ମାସରେ ସବୁ ଶନିବାର ଅଦାଲତ ବନ୍ଦ ରହିବ

ଫେବ୍ରୁଆରୀ ମାସରେ ସବୁ ଶନିବାର ଅଦାଲତ ବନ୍ଦ ରହିବ

ଫେବ୍ରୁଆରୀ ମାସରେ ସବୁ ଶନିବାର ଅଦାଲତ ବନ୍ଦ ରହିବ
କଟକ: ଫେବ୍ରୁଆରି ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ । ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରି ୨୯ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ ପକ୍ଷରୁ ଏପରି ନିଦେ୍ର୍ଧଶନାମା ଜାରି କରାଯାଇଛି । ଚଳିତ ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ରାଜ୍ୟର ସମସ୍ତ ସବଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟି୍ରବୁ୍ୟନାଲ ଓ ଏ ସମ୍ପର୍କିତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।