ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ
ମହାକାଳପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଂଚଳରେ ଘଟି ଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ । ସୂଚନା ଅନୁଯାୟୀ, ସ୍ୱାମୀ ମଦ ପିଇକି ଆସି କାଠ ଫାଳିଆରେ ନିଜ ସ୍ତ୍ରୀକୁ ବାରମ୍ବାର ପିଟିବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ମୃତ୍ୟୁ ଘଟିଥିଲା । ସ୍ତ୍ରୀ ମୃତ୍ୟୁ ହୋଇଯିବାରୁ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବ ବୋଲି ପୋଲିସ କହିଛି ।