ଲକ୍ଷେରୁ ଅଧିକ ମହିଳା କିଣିଛନ୍ତି ଟିକେଟ

ଲକ୍ଷେରୁ ଅଧିକ ମହିଳା କିଣିଛନ୍ତି ଟିକେଟ

ଲକ୍ଷେରୁ ଅଧିକ ମହିଳା କିଣିଛନ୍ତି ଟିକେଟ
ଇଂଲଣ୍ଡ:ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ ବିଶ୍ୱକପକୁ ଷ୍ଟାଡିୟମରେ ଉପଭୋଗ କରିବା ନିମନ୍ତେ ବର୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ମହିଳା ଟିକେଟ କିଣିଥିବା ଅନ୍ତର୍ଜାତୀକ କ୍ରିକେଟ ପରିଷଦ( ଆଇସିସି) ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି । ଏ ସଂପର୍କରେ ସୂଚନା ଦେଇ ଟୁର୍ଣ୍ଣମେଟ ନିର୍ଦେଶକ ଷ୍ଟିଭ ଏଲୱର୍ଥି କହିଛନ୍ତି ଚଳିତ ବିଶ୍ୱକପ ନିମନ୍ତେ ଆୟୋଜନ କମିଟି ତରଫରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା । ଯାହାର ସୁଫଳ ଟିକଟ ବିକ୍ରୀ କ୍ଷେତ୍ରରେ ଦେଖିବାକୁ ମିଳୁଛି । ବର୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ଟିକେଟ ବିକ୍ରୀ ହୋଇଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ଟିକେଟ କେବଳ ମହିଳାମାନେ କିଣିଛନ୍ତି । ଏମାନଙ୍କ ମଧ୍ୟରେ କମ ବୟସ୍କ ମହିଳା ଦର୍ଶକଙ୍କ ସଂଖ୍ୟା ବହୁତ ଅଧିକ ଥିବା ସେ ସୂଚନା ଦେଇଛନ୍ତି । ବିଶ୍ୱକପ ଦେଖିବାକୁ ୩୦ ଲକ୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି ଆବେଦନ କରିଥିବା ବେଳେ ନିର୍ଦ୍ଧିଷ୍ଟ କେତେକ ମ୍ୟାଚ ଟିକଟ କିଣିବାକୁ ୪ ଲକ୍ଷ ବ୍ୟକ୍ତି ଆବେଦନ କରିଥିବା ଷ୍ଟିଭ ସୂଚନା ଦେଇଛନ୍ତି । ରାଉଣ୍ଡ ରବିନ ଲିଗ ଫର୍ମାଟରେ ଖେଳାଯିବାକୁ ଥିବା ଏହି ବିଶ୍ୱକପରେ ୧୦ ଟି ଦେଶ ଭାଗ ନେଉଛନ୍ତି । ପ୍ରତି ଦଳ ପରସ୍ପର ସହ ଖେଳିବା ପରେ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ ।