ସରିଲା ଜୁନିୟର ହକି ବିଶ୍ଵକପ, ଆର୍ଜେଣ୍ଟିନା ବିଶ୍ୱବିଜେତା
ସରିଲା ଜୁନିୟର ହକି ବିଶ୍ଵକପ, ଆର୍ଜେଣ୍ଟିନା ବିଶ୍ୱବିଜେତା

ଭୁବନେଶ୍ୱର:ସରିଲା କଳିଙ୍ଗ ଷ୍ଟାଡିୟମରେ ହକି ଜୁନିୟର ବିଶ୍ୱକପ। ସଭିଙ୍କୁ ପଛରେ ପକାଇ ଫାଇନାଲ ରେସରେ ବାଜି ଜିତି ଚମ୍ପିୟାନ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା। ଜର୍ମାନୀକୁ ୨-୪ ଗୋଲରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଏହା ପୂର୍ବରୁ ଆର୍ଜେଣ୍ଟିନା ୨୦୦୫ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ କପ୍ ବିଜେତା ହୋଇଥିଲା। ଦୀର୍ଘ ୧୬ବର୍ଷ ପରେ ପୁଣି ଥରେ ଆର୍ଜେଣ୍ଟିନାର ସ୍ବପ୍ନ ପୂରଣ ହୋଇଛି। ବର୍ଷା ପାଇଁ ଫାଇନାଲ ମ୍ୟାଚ ହେବା ନେଇ ଅନିଶ୍ଚିତତା ଲାଗି ରହିଥିଲା କାଲି ସକାଳୁ । ରବିବାର ଅପରାହ୍ନରୁ ବର୍ଷା କମିବା ପରେ ସବୁ ଆଶଙ୍କା ଦୂର ହୋଇଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଦଳକୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ। ରନର୍ସଅପ୍ ତଥା ରୌପ୍ୟ ପଦକ ବିଜେତା ଜର୍ମାନୀ ଦଳକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବ୍ରୋଞ୍ଜ ପଦକ ବିଜେତା ଫ୍ରାନ୍ସ ଖେଳାଳିଙ୍କୁ କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମେଡାଲ ଓ ମେମେଣ୍ଟ ପ୍ରଦାନ କରିଥିଲେ।