ଆଜି ମହାନଦୀ ମାମଲାର ଶୁଣାଣି

ଆଜି ମହାନଦୀ ମାମଲାର ଶୁଣାଣି

ଆଜି ମହାନଦୀ ମାମଲାର ଶୁଣାଣି
ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟି୍ରବୁ୍ୟନାଲ ଆଜି ମାମଲାର ଶୁଣାଣି କରିବେ । ଶୁଣାଣିରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଟି୍ରବୁ୍ୟନାଲଙ୍କୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆପୋଷ ଆଲୋଚନାର ସ୍ଥଗିତ ସମ୍ପର୍କରେ ଅବଗତ କରାଯିବାର ସମ୍ଭାବନା ରହିଛି । ସୂଚନା ଯୋଗ୍ୟ ଓଡ଼ିଶା ଦ୍ୱାରା ଅଣମୌସୁମୀ ଋତୁ (ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ ହୀରାକୁଦ ଜଳ ଭଣ୍ଡାରକୁ ଅତି କମରେ ୧.୫ ନିୟୁତ ଏକର ଫୁଟ ଜଳ ସୁନିଶ୍ଚିତ କରିବା ନେଇ ଅନ୍ତରୀଣ ବ୍ୟବସ୍ଥା ପାଇଁ ଛତିଶଗଡ଼କୁ ପ୍ରସ୍ତାବ ଦିଆଯାଇଛି । ଏତଦବ୍ୟତୀତ ଟି୍ରବୁ୍ୟନାଲଙ୍କ ଆସେସରମାନଙ୍କ ଦ୍ୱାରା କମନ ଇନଫରମେସନ ଫର୍ମାଟରେ ଯେଉଁ ପ୍ରସଙ୍ଗ ଭିତ୍ତିକ ତଥ୍ୟର ବିବରଣୀ ପ୍ରଦାନ କରାଯାଇଛି । ସେଥିରୁ ଦୁଇଟି ପ୍ରସଙ୍ଗରେ ଆସେସର ଆପତ୍ତି ଉଠାଇଥିବାର ଜଣାପଡ଼ିଛି । ଶୁଣାଣିରେ ଟି୍ରବୁ୍ୟନାଲ ମହାନଦୀ ଜଳ ସମ୍ପର୍କିତ ତଥ୍ୟକୁ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ କେନ୍ଦ୍ରିୟ ଏଜେନ୍ସିମାନଙ୍କ ଦ୍ୱାରା ଯୋଗାଇ ନ ଦେବା ପ୍ରସଙ୍ଗରେ ମଧ୍ୟ ଉଭୟ ରାଜ୍ୟମାନଙ୍କର ଦଲିଳକୁ ବିଚାର କରିପାରନ୍ତି । ଗତ ୭ ମାସରୁ ଉଭୟ ରାଜ୍ୟ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ମାନଙ୍କଠାରୁ ମହାନଦୀ ଜଳ ସମ୍ପର୍କିତ ତଥ୍ୟ ଲୋଡ଼ିଥିଲେ ମଧ୍ୟ ଦୁଇ ରାଜ୍ୟମାନଙ୍କୁ ଅସମ୍ପୂର୍ଣ୍ଣ ଦସ୍ତାବିଜ ଯୋଗାଇ ଦିଆଯାଇ ଥିବାର ଅଭିଯୋଗ ରହିଛି ।