ପ୍ରକଳ୍ପ ନାଁ ଦେବାରେ ସରକାର ଆଗୁଆ, କାର୍ଯ୍ୟରେ ପଛୁଆ

ପ୍ରକଳ୍ପ ନାଁ ଦେବାରେ ସରକାର ଆଗୁଆ, କାର୍ଯ୍ୟରେ ପଛୁଆ

ପ୍ରକଳ୍ପ ନାଁ ଦେବାରେ ସରକାର ଆଗୁଆ, କାର୍ଯ୍ୟରେ ପଛୁଆ
ଭୁବନେଶ୍ୱର – ରାଜ୍ୟ ରାଜଧାନୀ ମନ୍ଦିରମାଳିନୀ ଭୁବନେଶ୍ୱରକୁ ସ୍ମାର୍ଟ କରିବା ପାଇଁ ୫ ବର୍ଷ ପୂର୍ବରୁ ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁତଳ କମର୍ସିଆଲ ମଲ୍, ଚିକ୍ଣ ରାସ୍ତା, ଆଲୋକମାଳାରେ ଝଲସୁଥିବା ଫୁଟ୍ପାତ୍, ସ୍ମାର୍ଟ ଟଏଲେଟ୍ ବ୍ୟବସ୍ଥା, ବ୍ୟବସ୍ଥିତ ସ୍ୱରେଜର ଶହ ଶହ ଭିତିପ୍ରସ୍ତର ଶୁଭ ପଡିଥିଲା । ରାଜଧାନୀବାସୀ ବହୁ ସ୍ୱପ୍ନ ଦେଖିଥିଲେ । ଭାରତର ମାନଚିତ୍ରରେ ବିକଶିତ ସହର ହିସାବରେ ସ୍ୱଚ୍ଛ ସର୍ବେକ୍ଷଣର ମାପଦଣ୍ଡ ପାଇଁ କୋଟି କୋଟି ଟଙ୍କା ସରକାରୀ ତହବିଲ୍ (ବିଏମ୍ସି ଓ ବିଡିଏ)ରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରାହାଗିରି ମାଧ୍ୟମରେ ଆୟୋଜନ କରାଗଲା । କିନ୍ତୁ ଆଜି ୫ ବର୍ଷ ପୁରି ଯାଇଥିଲେ ମଧ୍ୟ କାମ ଅଧାପନ୍ତରିଆ ହୋଇ ପଡିରହିଛି ବୋଲି କଂଗ୍ରେସ ଏକାମ୍ର ବିଧାୟିକା ପ୍ରାର୍ଥୀ ତଥା ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ବର୍ତମାନ ନବୀନ ସରକାର ଫନି ମହାବାତ୍ୟା ଓ କୋଭିଡ୍କୁ ଦାୟୀ କରୁଛନ୍ତି । କିନ୍ତୁ ଭୁଲି ଯାଉଛନ୍ତି ଜଳ ଉତ୍ସକୁ ସଜାଡିବା ଏବଂ ସ୍ୱରେଜ ସଂଯୋଗୀକରଣ କାର୍ଯ୍ୟ ମଧ୍ୟ ୨୦୧୫ ସୁଦ୍ଧା ସଂପୂର୍ଣ୍ଣ ହେବାର ଥିଲା । ତାହା ମଧ୍ୟ ଆଜି ଅଧା ହୋଇ ପଡିରହିଛି । ଜଳବନ୍ଦୀରେ ରାଜଧାନୀ ବାସୀ ଅତିଷ୍ଠ । ବିଭିନ୍ନ ଡ୍ରେନ ଖୋଲା ପଡିଥିବାରୁ ନାଳଗୁଡିକ ଅଳିଆ ଆବର୍ଜନାରେ ପୋତି ହୋଇପଡିଛି । ଏସବୁ ପ୍ରକଳ୍ପକୁ ବର୍ଷାଦିନ ପୂର୍ବରୁ ଶେଷ କରିବା ପାଇଁ ସରକାରଙ୍କ ନିଘା ନାହିଁ ବୋଲି ଶ୍ରୀମତୀ ମହାପାତ୍ର ଅଭିଯୋଗ କରିଛନ୍ତି । ସ୍ମାର୍ଟ ସିଟିର ନାମ କେବଳ ନାମଫଳକରେ ରହିଯାଇଛି । ବିଭିନ୍ନ ଲେନ୍ଗୁଡିକ, କେନାଲ୍ବନ୍ଧ ଓ ନଦୀବନ୍ଧଗୁଡିକ ଉପରେ ଆଲୋକୀକରଣର ବ୍ୟବସ୍ଥା ନଥିବାରୁ ପ୍ରତିନିଧି ଅପରାଧ ବୃଦ୍ଧି ପାଉଛି । ମହିଳାମାନଙ୍କ ଉପରେ ଅକ୍ରେମଣ, ଛିନ୍ତାଇ, ହତ୍ୟା ଭଳି ବିଭିନ୍ନ ଅପରାଧିକ ଘଟଣା ଘଟୁଛି ବୋଲି ପିସିସିର ପୂର୍ବତନ ମୁଖପାତ୍ର ପଦ୍ମାକର ଗୁରୁ ପ୍ରକାଶ କରିଛନ୍ତି । ଦିନକୁ ଦିନ ରାଜଧାନୀ ବାସିନ୍ଦାଙ୍କ ଉପରେ ବିଏମ୍ସିର ହୋଲ୍ଡିଂ ଟ୍ୟାକ୍ସ ବହୁଗୁଣିତ ଭାବରେ ଲଦି ଦିଆଯାଇଛି । ଏବେ ନୂତନ ଭାବରେ ପୁଣି ଏକ ଟ୍ୟାକ୍ସ ସଫେଇ ଟ୍ୟାକ୍ସ ଲଦି ଦେବାର ଯୋଜନା କଲେଣି ସରକାର । ତୁରନ୍ତ ଏହି ଟ୍ୟାକ୍ସକୁ ଖାରଜ ନକଲେ ଆଗାମୀ ଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ।