ପାଟକୁରାରେ ଆମେ ପଇସାରେ ଲଢି ପାରିବୁନି : ନିରଞ୍ଜନ ପଟ୍ଟନାୟକ
ପାଟକୁରାରେ ଆମେ ପଇସାରେ ଲଢି ପାରିବୁନି : ନିରଞ୍ଜନ ପଟ୍ଟନାୟକ
admin
Jul 10, 2019 - 11:23
Updated: Jul 10, 2019 - 11:23
ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଦିନ ବହୁ ପ୍ରତିକ୍ଷିତ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏଠାରେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚା ସହ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏକମତ ଥିବା ପରୋକ୍ଷରେ କୁହାଯାଉଛି । କାରଣ ପାଟକୁରା ନିର୍ବାଚନ ପ୍ରସଙ୍ଗରେ ବୁଧବାର ସେ ଦେଇଥିବା ଏକ ମନ୍ତବ୍ୟରୁ ଏହା ଜଣାପଡ଼ୁଛି ।
ପାଟକୁରାରେ ଆମେ ପଇସାରେ ଲଢି ପାରିବୁନି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଏବେ ଓଡ଼ିଶାରେ ବିଜେଡି ଓ ବିଜେପି ଏକ ହୋଇଯାଇଛନ୍ତି । ତେବେ ସ୍ୱାଭିମାନୀ ପାଟକୁରାବାସୀଙ୍କୁ ବୁଝାଇବୁ । କଂଗ୍ରେସକୁ ଭୋଟ ଦେବାକୁ କହିବୁ । ବାହୁଡ଼ା ପରେ ପାଟକୁରା ପ୍ରଚାର ଜୋରଦାର ହେବ । ସମସ୍ତ ବିଧାୟକ ଓ ସାଂସଦଙ୍କୁ ୨/୩ ସେଠାରେ ରହିବାକୁ କୁହାଯାଇଛି । କେନ୍ଦ୍ରୀୟ ନେତାଙ୍କୁ ପ୍ରଚାରକୁ ଆସିବା ପାଇଁ ଅନୁରୋଧ କରାଯାଇଛି । ତେବେ ପାଟକୁରାରେ ଆମେ ପଇସାରେ ଲଢି ପାରିବୁନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ, ସୂଚନାଯୋଗ୍ୟଯେ, ଚତୁର୍ଥ ପର୍ଯ୍ୟାୟରେ ପାଟକୁରା ପାଇଁ ନିର୍ବାଚନ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ପରଲୋକ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିଲା । ପରବର୍ତୀ ସମୟରେ ମେ’ ୧୯ରେ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବାତ୍ୟା ଫନି ପାଇଁ ନିର୍ବାଚନ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ନିର୍ବାଚନ ବାତିଲ ନେଇ ଏକ ରିପୋର୍ଟ ଇସିଆଇଙ୍କୁ ପ୍ରଦାନ କରିଥିଲେ । ଯାହାକୁ ଅନୁଧ୍ୟାନ କରି କମିଶନ ନିର୍ବାଚନକୁ ଘୁଂଚାଇ ଦେଇଥିଲେ । ସେବେଠାରୁ ପାଟକୁରା ନିର୍ବାଚନ କେବେ ହେବ ସେନେଇ ନାନାଦି କଳ୍ପନାଜଳ୍ପନା ଜାରି ରହିଥିଲା । ତେବେ ପାଟକୁରାରୁ ବିଜେଡ଼ି ପ୍ରାର୍ଥୀ ହୋଇଛନ୍ତି ଦିବଂଗତ ବେଦପ୍ରକାଶଙ୍କ ପନôୀ ସାବିତ୍ରୀ ଅଗ୍ରୱାଲ । ନିର୍ବାଚନରେ ସାବିତ୍ରୀ ଓ ବିଜୟ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ହେବ ।