ସଂକଟରେ କମଲନାଥ ସରକାର

ସଂକଟରେ କମଲନାଥ ସରକାର

ସଂକଟରେ କମଲନାଥ ସରକାର
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କ ପାଇଁ ହଠାତ ସଂକଟ ସୃଷ୍ଟି ହୋଇଛି । କଂଗ୍ରେସର ୪ ବିଧାୟକଙ୍କ ସମେତ କଂଗ୍ରେସ ମେଣ୍ଟର ୮ ଜଣ ବିଧାୟକଙ୍କୁ ଗୁରୁଗାଓଁର ଏକ ହୋଟେଲରେ ଦେଖିବାକୁ ମିଳିଛି । ଏହି ବିଧାୟକଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସେମାନେ ବିଜେପି ସହିତ ହାତ ମିଳାଇଥିବା କୁହାଯାଉଛି । କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି, ବିଜେପି ଜଣେ ଜଣେ ବିଧାୟକଙ୍କୁ ୨୫ ରୁ ୩୫ କୋଟି ଟଙ୍କା ଦେଇ ଖରିଦ କରିବାକୁ ପ୍ରୟାସ କରୁଛି । ମଧ୍ୟପ୍ରଦେଶ ବିଧାନସଭାରେ ଏବେ ମୋଟ ୨୨୮ ବିଧାୟକ ଥିବା ବେଳେ କଂଗ୍ରେସର ୧୧୪ ଏବଂ ବିଜେପିର ୧୦୭ ବିଧାୟକ ଅଛନ୍ତି । ବିଏସପିର ୨ ଜଣ ଏବଂ ସମାଜବାଦୀ ପାର୍ଟିର ଜଣେ ବିଧାୟକ ଥିବା ବେଳେ ୪ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି । ଏଭଳି ସ୍ଥିତିରେ ୮ ଜଣ ବିଧାୟକ ମେଳି ବାନ୍ଧି ହୋଟେଲରେ ରହିବା ରାଜ୍ୟ ରାଜନୀତିକୁ ସରଗରମ କରିଛି ।