ପଞ୍ଚାୟତ ନିର୍ବାଚନ, ପ୍ରଥମ ପର୍ୟ୍ୟାୟ ମତଦାନ ଜାରି
ପଞ୍ଚାୟତ ନିର୍ବାଚନ, ପ୍ରଥମ ପର୍ୟ୍ୟାୟ ମତଦାନ ଜାରି
ଭୁବନେଶ୍ବର: ରାଜ୍ୟରେ ଆଜିଠଶରୁ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ। ସକାଳ ୭ଟାରୁ ଆରମ୍ଭ ହୋଇ ଏହା ଅପରାହ୍ଣ ୧ଟା ପର୍ୟ୍ୟନ୍ତ ଚାଲିବ। ଲୋକମାନେ ବଡ଼ ଆଗ୍ରହରେ ନିଜ ନିଜ ପଞ୍ଚାୟତର ନେତା ବାଛିବାକୁ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ପ୍ରତି ବୁଥ୍ ଆଗରେ ପ୍ରବଳ ଭିଡ଼ ଲାଗିଥିବା ଦେଖାଯାଇଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ଲାଗିଥିବା ଦେଖାଯାଇଛି। ଗତ ରାତିରେ ସମ୍ବଲପୁର ଜିଲ୍ଲା ଓ କଟକ ଜିଲ୍ଲାର ସାଲେପୁରରେ ଗଣ୍ଡଗୋଳ ହୋଇଛି।
କଟକ ଜିଲ୍ଲା ସାଲେପୁର ବ୍ଲକର ଶିଶୁଆ ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ବାସଗୃହ ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିଲା। ଦିଲ୍ଲୀପଙ୍କ ଶୋଇବା ଘର ଝରକାକୁ ଲକ୍ଷ୍ୟ କରି ଲଗାତାର ଦୁଇଟି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସେ ଅନ୍ୟ ଗାଁକୁ ନିର୍ବାଚନୀ ପ୍ରଚାରରେ ଯାଇଥିବା ବେଳେ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକ୍ରୋଶମୂଳକ ମନୋଭାବ ରଖି କିଏ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବା ସେ କହିଛନ୍ତି। ଖବର ପାଇ ସାଲେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ସେହିପରି ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଘିଚା ମୁରା ଗ୍ରାମ ପଞ୍ଚାୟତରେ ଦେଖାଦେଇଛି ରାଜନୈତିକ ହିଂ। ଏହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଦେଉରା ଗାଁସ୍ଥିତ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଲଳିତଙ୍କ ଘର କବାଟରେ ୨ ଟି ଗୁଳି ଚିହ୍ନ ରହିଥିବା ବେଳେ କେହି ଆହତ ହୋଇ ନ ଥିବା ଜଣାଯାଇଛି।




admin 