ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ
ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ
ବରଗଡ଼: ହୃଦ୍ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ବାତିଲ ହୋଇଛି ନିର୍ବାଚନ। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତରେ। ଏହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି। ସେ ସୂର୍ୟ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ମୃତ୍ୟୁ ଯୋଗୁଁ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ବାଲ୍ମିକୀ ପ୍ରଧାନଙ୍କ ବୟସ ୫୨ ବର୍ଷ। ସେ ଅସୁସ୍ଥତା ଅନୁଭବ ଅନୁଭବ କରିବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ବେଳେ ବାଟରେ ତାଙ୍କର ପରଲୋକ ଘଟିଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ।
ଅପରପକ୍ଷରେ କଟକ ଜିଲ୍ଲା ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀଙ୍କ ମୃତ୍ୟୁ ପରେ ସେଠାରେ ସରପଞ୍ଚ ଭୋଟ ବାତିଲ ହୋଇଛି।




admin 