ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦରେ ଶିକ୍ଷାମନ୍ତ୍ରୀ
ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦରେ ଶିକ୍ଷାମନ୍ତ୍ରୀ
admin
Jun 2, 2019 - 10:02
Updated: Jun 2, 2019 - 10:02
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ସରକାରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ(ଶିକ୍ଷା ମନ୍ତ୍ରୀ) ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଯାଇଛି । ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ରମେଶ ପୋଖରିଆଲ ନିଶଙ୍କ ଶିକ୍ଷାମନ୍ତ୍ରୀ ହୋଇଛନ୍ତି । ତେବେ ପୋଖରିଆଲଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଯାଇଛି । ପୋଖରିଆଲ ଶ୍ରୀଲଙ୍କାର ଏକ ବିଶ୍ୱବିଦ୍ୟାଳୟରୁ ଦୁଇଟି ଡକ୍ଟରେଟ ଡିଗ୍ରୀ ହାସଲ କରିଥିବାବେଳେ ଏହି ଡିଗ୍ରୀର ବୈଧତାକୁ ନେଇ ବିବାଦ ଦେଖାଯାଇଛି ।
୧୯୯୦ ଦଶକରେ କଲମ୍ବୋର ଓପନ ଇଂଟରନ୍ୟାସନାଲ ୟୁନିଭରସିଟି ( ଓଆଇୟୁ) ପୋଖରିଆଲଙ୍କୁ ଡିଲିଡ ସମ୍ମାନ ପ୍ରଦାନ କରିଥିଲା । ସାହିତ୍ୟ କ୍ଷେତ୍ରରେ ତାଙ୍କର ଉଲ୍ଲଖନୀୟ ଅବଦାନ ପାଇଁ ଡିଲିଟ ସମ୍ମାନ ଦିଆଯାଇଥିଲା । ପରବର୍ତୀ ସମୟରେ ବିଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ଉକ୍ତ ବିଶ୍ୱବିଦ୍ୟାଳୟ ପୋଖରିଆଲଙ୍କୁ ଆଉ ଏକ ଡିଲିଟ ସମ୍ମାନ ପ୍ରଦାନ କରିଥିଲେ । ତେବେ ଓଆଇୟୁ ଶ୍ରୀଲଙ୍କା ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇ ନଥିବା ଜଣାଯାଇଛି ।
ଶ୍ରୀଲଙ୍କା ୟୁନିଭରସିଟି ଗ୍ରାଂଟ କମିସନଙ୍କ କହିବା ଅନୁଯାୟୀ ଓଆଇୟୁ ବିଦେଶୀ ବିଶ୍ୱବିଦ୍ୟାଳୟ କିମ୍ବା ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ପଞ୍ଜିକୃତ ହୋଇ ନାହିଁ । ସେହିପରି ପୋଖରିଆଲଙ୍କ ପାସପୋର୍ଟରେ ଜନ୍ମ ତାରିଖ ୧୫ ଜୁଲାଇ ଥିବାବେଳେ ସିଭିରେ ଜନ୍ମ ତାରିଖ ଅଗଷ୍ଟ ୧୫ ରହିଛି । ଏହା ପୂର୍ବରୁ ମୋଦୀଙ୍କ ପ୍ରଥମ ପାଳି ସରକାରରେ ଶିକ୍ଷାମନ୍ତ୍ରୀ ଥିବା ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଯାଇଥିଲା । ପରବର୍ତୀ ସମୟରେ ସ୍ମୃତି ଇରାନୀଙ୍କ ବିଭାଗ ପରିବର୍ତନ କରାଯାଇଥିଲା । ଏବେ ପୋଖରିଆଲଙ୍କ ଶିକ୍ଷାଗତ ଯୋଗ୍ୟତା ବିବାଦ ଚର୍ଚ୍ଚାର ବିଷୟ ହୋଇଛି ।