ଫେସବୁକକୁ ମିଳିଛି ୧୭ କୋଟି ଟଙ୍କାର ନିର୍ବାଚନୀ ବିଜ୍ଞାପନ

ଫେସବୁକକୁ ମିଳିଛି ୧୭ କୋଟି ଟଙ୍କାର ନିର୍ବାଚନୀ ବିଜ୍ଞାପନ

ଫେସବୁକକୁ ମିଳିଛି ୧୭ କୋଟି ଟଙ୍କାର ନିର୍ବାଚନୀ ବିଜ୍ଞାପନ
ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆରେ ବିଭିନ୍ନ ଜାତୀୟ ଓ ଆଂଚଳିକ ଦଳ ଦ୍ୱାରା ଦିଆଯାଇଥିବା ବିଜ୍ଞାପନ ଟ୍ରେଣ୍ଡ ଆଶାତୀତ ବୃଦ୍ଧି ପାଇଥିବା ଜଣାପଡିଛି । ବର୍ତମାନ ସୁଦ୍ଧା ୩ ଟି ପର୍ଯ୍ୟୟ ନିର୍ବାଚନ ଶେଷ ହୋଇଛି ଏବଂ ଆଗକୁ ଆଉ ୪ଟି ପର୍ଯ୍ୟୟ ନିର୍ବାଚନ ବାକି ଅଛି । ଏସବୁ ପର୍ଯ୍ୟାୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ମିଡିଆ ଜରିଆରେ ପ୍ରଚାର କାର୍ଯ୍ୟ ଜୋରଦାର କରାଯିବ । ଚଳିତ ବର୍ଷ ଫେବ୍ରୁଆରୀ ମାସ ଆଜି ସୁଦ୍ଧା ଫେସବୁକକୁ ୧୭.୧୬ କୋଟି ଟଙ୍କାର ୮୪,୩୬୮ଟି ପ୍ରଚାର ବିଜ୍ଞାପନ ମିଳିଛି । ଦେଶର ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ସମେତ ଆଚଂଳିକ ଦଳ ବିଜେଡି, ୱାଇ.ଏସ.ଆର, କଂଗ୍ରେସ ,ଏନ.ସି.ପି, ତେଲୁଗୁ ଦେଶମ ପାର୍ଟି ଭଳି ଦଳ ଦ୍ୱାରା ଫେସବୁକରେ ବିଜ୍ଞାପନ ପାଇଁ ବିଜେପି ଦ୍ୱାରା ୧.୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କଂଗ୍ରେସ ଦ୍ୱାରା ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।