ନାଲି ପୋଷକ କାହିଁକି ପିନ୍ଧନ୍ତି ସାଣ୍ଟା କ୍ଲଜ୍

ନାଲି ପୋଷକ କାହିଁକି ପିନ୍ଧନ୍ତି ସାଣ୍ଟା କ୍ଲଜ୍

ନାଲି ପୋଷକ କାହିଁକି ପିନ୍ଧନ୍ତି ସାଣ୍ଟା କ୍ଲଜ୍

ଭୁବନେଶ୍ୱର: ଆସିଲାଣି ବଡ଼ଦିନ। ଖ୍ରିଷ୍ଟମାସ। ସାଣ୍ଟକ୍ଲଜଙ୍କୁ ସେଣ୍ଟ ନିକୋଲସ୍, କ୍ରିସମାସର ଜନକ ବୋଲି କୁହାଯାଏ । ଐତିହାସିକ ଓ ପୌରାଣିକ ଦୃଷ୍ଟିରେ ସାଣ୍ଟା ହେଉଛି ଲୋକକଥା ପ୍ରଚଳିତ ଏକ ବ୍ୟକ୍ତି। ଅନେକ ସଂସ୍କୃତିରେ ମାନାଯାଏ ଯେ, ସାଣ୍ଟା ୨୪ଡିସେମ୍ବର ସନ୍ଧ୍ୟା କିମ୍ବା ବିଳମ୍ବିତ ରାତ୍ରିରେ ଉପହାର ଦେଇଥାଏ । କିନ୍ତୁ ସାଣ୍ଟାକ୍ଲଜ୍ କିଏ ଆପଣ ଜାଣନ୍ତି?

 ଖ୍ରୀଷ୍ଟିଆନ ଧର୍ମଯାଜକ ସେଣ୍ଟ ନିକୋଲସ୍ ଗରିବ ଲୋକମାନଙ୍କ ପାଇଁ  ଜିନିଷ ଦାନ କରୁଥିଲେ । ସେ ମଧ୍ୟ ପିଲାମାନଙ୍କୁ ଖୁବ୍ ଭଲ ପାଉଥିଲେ । ଏହା ସହିତ ପିଲାମାନଙ୍କୁ ଉପହାର ଦେଇ ସେ ସନ୍ତୋଷ ଲାଭ କରୁଥିଲେ । ତାଙ୍କୁ ଡଚ୍ମାନେ  ସିଣ୍ଟରକ୍ଲସ ବୋଲି କହୁଥିଲେ । ଏହା କାଳକ୍ରମେ ସାଣ୍ଟା କ୍ଲଜରେ ପରିବର୍ତ୍ତନ ହେଲା । 

ବଡ ଦିନରେ ସାଣ୍ଟା ବୁଲିବୁଲି ଛୋଟ ପିଲାଙ୍କୁ ଉପହାର ଦିଅନ୍ତି । ଏହା ଦ୍ୱାରା ପିଲାମାନେ ଅତ୍ୟନ୍ତ ଖୁସି ହୋଇଥାନ୍ତି । ସାଣ୍ଟାକ୍ଲଜ୍ ପ୍ରଥମେ ସବୁଜ, ବାଇଗେଣୀ କିମ୍ବା ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ । କିଛି ବର୍ଷ ପାଇଁ ସେହି ସମାନ ଢଙ୍ଗରେ ଉତ୍ତର ମେରୁରେ ସାଣ୍ଟାକ୍ଲଜମାନେ ପୋଷାକ ପରିଧାନ କରି କ୍ରିସମାସ ଉପହାର ଦେଉଥିଲେ । କିନ୍ତୁ ଯେତେବେଳେ କୋକାକୋଲା କମ୍ପାନୀ ତାର ବ୍ରାଣ୍ଡ ସହ ଖାପଖୁଆଇବା ପାଇଁ ସାଣ୍ଟାକ୍ଲଜ୍ ପୋଷାକର ରଙ୍ଗ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଲା, ସେହିଦିନଠୁ ସାଣ୍ଟାକ୍ଲ ନାଲି ରଙ୍ଗର ପୋଷକ ପରିଧାନ କଲେ ।