ନାବାଳିକା ଗଣ ଦୁଷ୍କର୍ମ ମାମଲା : ମହିଳା କମିଶନଙ୍କ ସମ୍ମୁଖରେ ହାଜର ହେବା ପାଇଁ ଜାଗୀ ମଙ୍ଗତଙ୍କୁ ନୋଟିସ

ନାବାଳିକା ଗଣ ଦୁଷ୍କର୍ମ ମାମଲା : ମହିଳା କମିଶନଙ୍କ ସମ୍ମୁଖରେ ହାଜର ହେବା ପାଇଁ ଜାଗୀ ମଙ୍ଗତଙ୍କୁ ନୋଟିସ

ନାବାଳିକା ଗଣ ଦୁଷ୍କର୍ମ ମାମଲା : ମହିଳା କମିଶନଙ୍କ ସମ୍ମୁଖରେ ହାଜର ହେବା ପାଇଁ ଜାଗୀ ମଙ୍ଗତଙ୍କୁ ନୋଟିସ
ଭୁବନେଶ୍ୱର : ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଆଜି ଓଟିିଭିର ପରିଚାଳନା ନିଦେ୍ର୍ଧଶିକା ଜାଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ ପ୍ରଦାନ କରିଛି ରାଜ୍ୟ ମହିଳା କମିସନ । ଆସନ୍ତା ସେପ୍ଟେମ୍ବର ୨୧ ସୁଦ୍ଧା ଜାଗୀ ପଣ୍ଡା କମିଶନଙ୍କ ନିକଟରେ ହାଜର ହେବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ପୀଡ଼ିତାଙ୍କ ମା’ମହିଳା କମିସନଙ୍କ ନିକଟରେ ଏକ ଅଡିଓ ଦାଖଲ କରିଛନ୍ତି । ଅଡିଓ ବାର୍ତ୍ତାଳାପରେ ଝିଅକୁ ସଂସ୍ଥାର କେତେକ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ମା’ କାନ୍ଦିକାନ୍ଦିି କହୁଛନ୍ତି । ପୁରା କାହାଣୀ ବର୍ଣ୍ଣନା କରିବା ସହ କିଛି ଦୁର୍ବୃତ୍ତ ଧମକ ଚମକ ଦେବା ପରେ ସେମାନେ ଗାଁକୁ ପଳାଇଥିଲେ ବୋଲି ସେ କହୁଛନ୍ତି । ତେବେ ଘଟଣା ସମ୍ପର୍କରେ ଅଫିସକୁ ଆସି ଆଲୋଚନା କରିବା ଲାଗି ଏମଡି ପରାମର୍ଶ ଦେଇଥିଲେ ।