ଆଶୀର୍ବାଦଙ୍କୁ କ୍ଲିନ ଚିଟ୍

ଆଶୀର୍ବାଦଙ୍କୁ କ୍ଲିନ ଚିଟ୍

ଆଶୀର୍ବାଦଙ୍କୁ କ୍ଲିନ ଚିଟ୍
ଭୁବନେଶ୍ୱର : ଓଡିଶା କ୍ରିକେଟ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କ୍ଲିନଚିଟ୍ ମିଳିଛି । ବାରବାଟି ପ୍ୟାଲେସ ମାମଲାରେ ସିବିଆଇ ପକ୍ଷରୁ ଫାଇନାଲ ରିପୋର୍ଟ ଦାଖଲ କରାଯାଇଥିବା ବେଳେ ରିପୋର୍ଟ ଆଧାରରେ ଆଶୀର୍ବାଦଙ୍କୁ କ୍ଲିନଚିଟ୍ ପ୍ରଦାନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହା ସହିତ ଇନକନ ଆସୋସିଏଟସ ମଧ୍ୟ କୌଣସି ତ୍ରୁଟି କରିନଥିବା ନେଇ ରିପୋର୍ଟ ଉଲ୍ଲେଖ କରାଯାଇଛି । ଫାଇନାଲ ରିପୋର୍ଟ ଅନୁଯାୟୀ ମାମଲାରେ କୌଣସି ବିଚାର ଯୋଗ୍ୟ ତଥ୍ୟ ନାହିଁ ବୋଲି କହିବା ସହିତ ସର୍ବୋଚ୍ଚ କୋର୍ଟ ଆଶୀର୍ବାଦଙ୍କୁ କ୍ଲିନଚିଟ୍ ପ୍ରଦାନ କରିଥିଲେ । କ୍ଲିନଚିଟ୍ ପରେ ଏହା ସତ୍ୟ ଓ ଧର୍ମର ବିଜୟ ବୋଲି ଆଶୀର୍ବାଦ କହିଛନ୍ତି ।