ଭାଇରୋଲୋଜିଷ୍ଟଙ୍କ ଦାବି : ଉହାନରେ ସୃଷ୍ଟି କରାଯାଇଥିଲା କରୋନା ଭୂତାଣୁ

ଭାଇରୋଲୋଜିଷ୍ଟଙ୍କ ଦାବି : ଉହାନରେ ସୃଷ୍ଟି କରାଯାଇଥିଲା କରୋନା ଭୂତାଣୁ

ଭାଇରୋଲୋଜିଷ୍ଟଙ୍କ ଦାବି : ଉହାନରେ ସୃଷ୍ଟି କରାଯାଇଥିଲା କରୋନା ଭୂତାଣୁ
ନୂଆଦିଲ୍ଲୀ : ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସକୁ ନେଇ ଏକ ବଡ ଖୁଲାସା କରିଛନ୍ତି ଜନୈକ ଭାଇରୋଲୋଜିଷ୍ଟ । ହଂକଂରୁ ବିଦେଶ ପଳାୟନ କରିଥିବା ବୈଜ୍ଞାନିକ ଡ. ଲି ମେଙ୍ଗ ୟେନ ଏହି ଖୁଲାସା କରିଛନ୍ତି । ଉହାନର ଏକ ସରକାରୀ ପରୀକ୍ଷାଗାରରେ ଏହି ଭାଇରସ ନିର୍ମାଣ କରାଯାଇଥିଲା ବୋଲି ୟେନ ମତ ଦେଇଛନ୍ତି । ଡିସେମ୍ବର ଏବଂ ଜାନୁୟାରୀରେ ଚୀନରେ ନିୟୁ ନିମୋନିଆ ବ୍ୟାପୁଥିବା ବେଳେ ଏହାର ତଦନ୍ତ କରିଥିଲେ ୟେନ୍ । ଏହି ମାମଲାରେ ସରକାରଙ୍କ ସମ୍ପୃକ୍ତି ସନେ୍ଦହ ହେବା ପରେ ଏହାକୁ ନେଇ ନିଜ ନୀରିକ୍ଷକଙ୍କୁ ଜଣାଇଥିଲେ । ନିରୀକ୍ଷକ ଜଣକ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶଦାତା ହୋଇଥିଲେ ମଧ୍ୟ ଏହି ମାମଲାକୁ ନେଇ ଉଭୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ନୀରିକ୍ଷକ ନୀରବତା ଅବଲମ୍ବନ କରିଥିଲେ । ଏହାପରେ ୟେନ୍ ଆମେରିକା ପଳାୟନ କରିବା ସହିତ ଏହି ଖୁଲାସା କରିଛନ୍ତି ।