ବିଧାୟକଙ୍କ ନିର୍ଦ୍ଦେଶରେ ମାଡ ଖାଇଲି-ଜେଇ

ବିଧାୟକଙ୍କ ନିର୍ଦ୍ଦେଶରେ ମାଡ ଖାଇଲି-ଜେଇ

ବିଧାୟକଙ୍କ ନିର୍ଦ୍ଦେଶରେ ମାଡ ଖାଇଲି-ଜେଇ
ବଲାଙ୍ଗିର: ପାଟଣାଗଡରେ ଜେଇଙ୍କୁ ବିଧାୟକ ଉଠବସ କରିବା ଘଟଣା । ଆଜି ପାଟଣାଗଡ ଜେଇ ଜୟକାନ୍ତ ଶବର ଗଣମାଧ୍ୟମ ସାମ୍ନାକୁ ଆସି ସାଂଘାତିକ ଅଭିଯୋଗ କରିଛନ୍ତି । ଜେଇ କହିଛନ୍ତି ଘଟଣାସ୍ଥଳରେ ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ମୋତେ ଚାପୁଡା ମାରିଥିଲେ । ଚାପୁଡା ନ ମାରିଲେ ଲୋକେ ମାରିବେ ବୋଲି ବିଧାୟକ ଧମକ ଦେଇଥିଲେ । ଆକ୍ରମଣ ଭୟରେ ମୁଁ ବାଧ୍ୟ ହୋଇ ଘଟଣାସ୍ଥଳରେ ଉଠବସ ହୋଇଥିଲି । ଲଜ୍ଜାଜନକ ପରିସ୍ଥିତି ଦେଖି ସେତେବଳେ ମୁଁ କିଛି କରିପାରିନଥିଲି । ପ୍ରତିକ୍ରିୟା ବେଳେ ଘଟଣା ଦିନ କଥା ମନେପକାଇ ଜେଇ କାନ୍ଦି ପକାଇଲେ । ଅପହରଣ ଘଟଣାକୁ ଜେଇ ଖଣ୍ଡନ କରି କହିଛନ୍ତି ଯେ ସାଙ୍ଗ ମାନଙ୍କ ସହ ଖରିଆର ବୁଲିବାକୁ ଯାଇଥିଲି । ବିଧାୟକ ମୋତେ ଘରକୁ ଫେରୁବାକୁ ଅନୁରୋଧ କରିଥଲେ ।