ଠାଏ ଠାଏ ମେଘ ହେବାର ସମ୍ଭାବନା ରହିଛି

ଠାଏ ଠାଏ ମେଘ ହେବାର ସମ୍ଭାବନା ରହିଛି

ଠାଏ ଠାଏ ମେଘ ହେବାର ସମ୍ଭାବନା ରହିଛି
ଭୁବନେଶ୍ୱର : ଠାଏ ଠାଏ ମେଘ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଉତ୍ତରପ୍ରଦେଶ ଓ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆଉ ୨୪ ଘଣ୍ଟା ଯାଏ ବର୍ଷା ଲାଗି ରହିବ । ୩୦ ତାରିଖ ସକାଳୁ ପାଗରେ ପରିବର୍ତ୍ତନ ଆସିବ । ଏହି ସମୟ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ଏହା ପରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୩ ତାରିଖ ଯାଏ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ ୩୬ ଘଣ୍ଟା ମଧ୍ୟରେ କଟକରେ ସର୍ବାଧିକ ୮୭.୮ ମିମି ବର୍ଷା ହୋଇଛି । ଏହା ବ୍ୟତୀତ ପାରାଦୀପରେ ୪୬.୮, ବାଲେଶ୍ୱରରେ ୨୭.୩, ବଲାଙ୍ଗୀରରେ ୨୨, ତାଳଚେରରେ ୨୦, ଝାରସୁଗୁଡ଼ାରେ ୧୯, ବାରିପଦାରେ ୧୭, ଫୁଲବାଣୀରେ ୧୫.୪, ପୁରୀରେ ୧୫, କେନ୍ଦୁଝରରେ ୧୩.୬, ଅନୁଗୁଳରେ ୧୨.୬, ଭୁବନେଶ୍ୱରରେ ୯.୭ ମିମି ବର୍ଷା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାର କାଁ ଭାଁ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି । ଶନିବାର ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।