ଟଙ୍କା ଫେରାଇବେ କାଳିଆ ଅଯୋଗ୍ୟ ହିତାଧିକାରୀ
ଟଙ୍କା ଫେରାଇବେ କାଳିଆ ଅଯୋଗ୍ୟ ହିତାଧିକାରୀ
admin
Aug 6, 2019 - 07:49
Updated: Aug 6, 2019 - 07:49
ଭୁବନେଶ୍ୱର: ଟଙ୍କା ଲୋଭରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସତର୍କ ଘଣ୍ଟି । ନିଜକୁ ଚାଷୀ କହି ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଏବେ ସାବଧାନ ହେବାକୁ ପଡ଼ିବ । କାରଣ ସେମାନଙ୍କୁ ଉକ୍ତ ଯୋଜନାରୁ ବାଦ ଦିଆଯିବ । ନିଜ ଆଡ଼ୁ ସେମାନେ ଏନେଇ ଦରଖାସ୍ତ ଦେଇ ଯୋଜନାରୁ ଓହରିପାରିବେ । ଏମିିତି ନକଲେ ସରକାରଙ୍କ ତରଫରୁ ସେମାନଙ୍କୁ ଚିହ୍ନଟ କରି ବାଦ ଦିଆଯିବ । ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ । ଏନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଛି । ଯେଉଁମାନେ ଯୋଗ୍ୟ ନୁହନ୍ତି, ସେମାନେ ନିଜ ଆଡ଼ୁ କହିପାରିବେ । ଦରଖାସ୍ତ ଦେଇ ନିଜକୁ କାଳିଆ ଯୋଜନାରୁ ବାଦ ଦେବାକୁ ହିତାଧିକାରୀ କହିପାରିବେ । ଏଯାବତ ଆମ ପାଖରେ ୧ କୋଟି ଦରଖାସ୍ତ ପଡ଼ିଛି । ଅଯୋଗ୍ୟଙ୍କୁ ବାଦ ଦେବା ଓ ଯୋଗ୍ୟଙ୍କୁ ଯୋଜନାରେ ସାମିଲ କରିବା ଆମର ଲକ୍ଷ୍ୟ । ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବାକୁ କମିଟି ଗଠନ କରାଯାଇଛି । ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି । ୫୧ ଲକ୍ଷ କାଳିଆ ହିତାଧିକାରୀଙ୍କ ନାମ ୱେବସାଇଟରେ ଦିଆଯାଇଛି । ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଅଛନ୍ତି । ସବୁ ପଞ୍ଚାୟତରେ ବି ହିତାଧିକାରୀ ତାଲିକା ଟଙ୍ଗା ଯାଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା କହିଛନ୍ତି ।